ଭଦ୍ରକରେ ବିଜୁ ଜନତା ଦଳକୁ ଲାଗିଛି ପୁଣି ଏକ ବଡ଼ ଝଟକା । ଭାଙ୍ଗୁଛି ବିଜେଡ଼ି ଦଳ । ଭଦ୍ରକ ଜିଲ୍ଲାର ତିନି ଜଣ ବ୍ଲକ୍ ଅଧ୍ୟକ୍ଷା ଦଳରୁ ଇସ୍ତଫା ଦେଇଛନ୍ତି । ସେମାନେ ହେଲେ ବନ୍ତ ବ୍ଲକ୍‌ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ଏବଂ ଭଣ୍ଡାରୀପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ମଧ୍ୟ ଆଲୋଚନା ହେଉଛି । ପ୍ରଥମେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଦଳ ଛାଡ଼ିଥିଲେ । ନିଜର ଇସ୍ତଫାପତ୍ର ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ନିକଟକୁ ପଠାଇ ଦେଇଥିଲେ । ଏହାର ଚର୍ଚ୍ଚା ଜୋର ଧରିଥିବାବେଳେ ଉର୍ମିଳା ନାୟକ ଓ ସୁମତୀ ସେଠୀ ଆଉ ଏକ ଝଟକା ଦେଇଥିଲେ । ସମସ୍ତେ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଏମାନେ ଖୁବଶୀଘ୍ର ବିଜେପି ଦଳରେ ଯୋଗ ଦେଇପାରନ୍ତି । ଦଳ ବିରୋଧୀ କାର୍ଯ୍ୟରେ ଜଡିତ ହେବାରୁ ଭଦ୍ରକ ଜିଲ୍ଲା ବନ୍ଧୁ ଅଧ୍ଯକ୍ଷ ମନୋରଞ୍ଜନ ଘଡ଼େଇଙ୍କୁ ନିଲମ୍ବନ କରାଯାଇଛି ବୋଲି ବିଜେଡ଼ି ସୂଚନା ଦେଇଛି। ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ହୋଇଛି ବୋଲି ଦଳର ରାଜ୍ୟ ଉପସଭାପତି ପ୍ରତାପ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here