ଭାଙ୍ଗିଛି କେରଳର ସାବରିମାଳା ମନ୍ଦିରର ଇତିହାସ. 50 ବର୍ଷରୁ କମ୍ ବୟସର ମହିଳା ସାବରିମାଳା ମନ୍ଦିରରେ ପ୍ରବେଶ କରି 40 ବର୍ଷର ପରମ୍ପରାକୁ ଭଗ୍ନ କରିଛନ୍ତି. ମନ୍ଦିରରେ 10 ରୁ 50 ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶକୁ ବାରଣ ଥିବା ବେଳେ ବିନ୍ଦୁ ଓ କନକଦୁର୍ଗା ନାମ୍ନୀ ଦୁଇ ମହିଳା ଏହି ନିୟମକୁ ଉଲ୍ଲଘଂନ କରିଛନ୍ତି. ତେବେ କେଉଁ କାଳରୁ ଏହି ନିୟମ ପାଳନ ହୋଇ ଆସୁଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ଏହି ନିୟମକୁ ହଟାଇ ଦେଇଥିଲେ. ଏହାପରେ ବି ମନ୍ଦିର ପକ୍ଷରୁ ଏହି ନିୟମକୁ କଡାକଡି ପାଳନ କରାଯାଉଥିଲା. ବର୍ତ୍ତମାନ, ପୋଲିସର ସୂଚନା ଅନୁସାରେ, 40ରୁ କମ୍ ବର୍ଷ ବୟସର ବିନ୍ଦୁ ଓ କନକଦୁର୍ଗା ନାମ୍ନୀ ଦୁଇ ମହିଳା ଭୋର୍ ସମୟରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଏବଂ ପ୍ରାୟ 3.45 ମିନିଟରେ ସେମାନେ ଦର୍ଶନ କରି ଫେରିଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି.

LEAVE A REPLY

Please enter your comment!
Please enter your name here