ଭଦ୍ରକ ଡାକ୍ତରଖାନା ଶୌଚାଳୟରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାର ମୃତଦେହ । ଜଣେ ଅଜଣା ମହିଳା, ମହିଳା ୱାର୍ଡର ବାଥରୁମ ଭିତରେ ଶିଶୁକୁ ପ୍ରସବ କରି ଶିଶୁଟିକୁ ଛାଡି ପଳାଇ ଯିବାପରେ , ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ବାଥରୁମ ଭିତରେ ମୃତ ଶିଶୁଟିକୁ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ହସ୍ପିଟାଲ କର୍ମଚାରୀଙ୍କୁ ଏନେଇ ଖବର ଦେଇଥିଲେ। ପରେ ମେଡିକାଲ କର୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଶୌଚାଳୟରୁ ମୃତ ନବଜାତ ଶିଶୁ ଉଦ୍ଧାର କରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଶିଶୁ କନ୍ୟାର ମା’, ତାଙ୍କୁ ଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଆରମ୍ଭ କରିଛନ୍ତି। ହସ୍ପିଟାଲ୍ଅ ଧିକାରୀଙ୍କ କହିବା ଅନଯାୟୀ , ମହିଳା ଜଣକ ପ୍ରସବ ଯନ୍ତ୍ରଣାରେ ପୀଡିତ ହୋଇ ବାଥରୁମ ଭିତରେ ଶିଶୁକୁ ପ୍ରସବ କରିଥାଇପାରନ୍ତି ଏବଂ ପରିସ୍ଥିତିରେ ଭୟଭୀତ ହୋଇ ପଳାଇଯିବା ପୂର୍ବରୁ ଶିଶୁଟିକୁ ଛାଡ଼ି ଦେଇଥାଇପାରନ୍ତି। ଡ୍ୟୁଟିରେ ଥିବା ଡାକ୍ତର କର୍ମଚାରୀମାନେ ଏହି ଘଟଣା ବିଷୟରେ କୌଣସି ମତାମତ ଦେବାକୁ ମନା କରିଛନ୍ତି। ପୋଲିସ ଏବଂ ହସ୍ପିଟାଲ ପ୍ରଶାସନ ସମ୍ପୃକ୍ତ ମହିଳାଙ୍କୁ ଖୋଜୁଛନ୍ତି।

LEAVE A REPLY

Please enter your comment!
Please enter your name here