ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ସୁଚନାଅନୁସାରେ, ଦୁଇଟି ପର୍ଯ୍ୟାୟ ଚଳିତ ମୌସୁସୀ ଅଧିବେଶନ ବସିବ । ପ୍ରଥମ ପର୍ଯ୍ୟାୟ ଜୁନ୍‌ ୨୫ରୁ ଆରମ୍ଭ ହୋଇ ୩ ଯାଏଁ ଚାଲିବ । ଜୁନ ୧୧ରୁ ଜୁଲାଇ ୮ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବସିବ । ଏହାରି ମଧ୍ୟରେ ପ୍ରଥମ ଦିନର କାର୍ଯ୍ୟ ଦିବସରେ ରାଜ୍ୟପାଳ ଅଭିଭାଷଣ ରଖିବେ । ଏହା ପରେ ୨୭ରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରଦିନ ଅର୍ଥାତ ଜୁନ୍‌ ୨୮ (ଶୁକ୍ରବାର)ରେ ଅର୍ଥମନ୍ତ୍ରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here