ଟ୍ରମ୍ପଙ୍କୁ ମିଳିଲାନାହିଁ ନୋବେଲ ଶାନ୍ତି ପୁରସ୍କାର ।୨୦୨୫ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଭେନଜୁଏଲାର ମାରିଆ କୋରୀନା ମଚାଡୋ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନରୱେ ନୋବେଲ ଶାନ୍ତି କମିଟି ଶୁକ୍ରବାର ଓସ୍ଲୋରେ ଏହି ପୁରସ୍କାର ଘୋଷଣା କରିଛି । ମାରିଆ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଏବଂ ଦେଶରେ ଏକଛତ୍ରବାଦ ଗଣତନ୍ତ୍ରରେ ନ୍ୟାୟପୂର୍ଣ୍ଣ ତଥା ଶାନ୍ତିପୂର୍ଣ୍ଣ ଅଧିକାର ହାସଲ କରିବା ପାଇଁ କରିଥିବା ସଂଘର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ମାରିଆ ଦୀର୍ଘ ଏକ ବର୍ଷ ହେବ ଆତ୍ମଗୋପନ ଜୀବନ ବିତାଉଛନ୍ତି । ଏହାପରେବି ସେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ପାଇଁ ଲଢ଼େଇ ଜାରି ରଖିଛନ୍ତି । ନୋବେଲ କମିଟି ମାରିଆଙ୍କ ସାହସିକତାକୁ ପ୍ରଶଂସା କରି କହିଛି ଯେ “ତାଙ୍କ ଜୀବନରେ ବିପଦ ଥିବା ସତ୍ୱେ ସେ ଦେଶର ରହିଛନ୍ତି ଏବଂ ସେ ନୋବେଲ ପାଇଁ ବିବେଚିତ ହେବା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେବ ।” ଟ୍ରମ୍ପ ଗତ କିଛି ଦିନ ହେବ ନୋବେଲ ପୁରସ୍କାର ପାଇଁ ଦାବି କରିଆସୁଥିଲେ । ଗୁରୁବାର ହ୍ୱାଇଟ୍ ହାଉସରେ ଏକ କ୍ୟାବିନେଟ୍ ବୈଠକ ସମୟରେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ସାତଟି ‘ଅଶେଷ’ ଯୁଦ୍ଧ ସମାପ୍ତ କରିଛନ୍ତି।କିନ୍ତୁ ଏହାପରେ ବି ଟ୍ରମ୍ପଙ୍କୁ ମିଳିଲା ନାହିଁ ନୋବେଲ ଶାନ୍ତି ପୁରସ୍କାର , ଏହା ଫଳରେ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ଲାଭ କରିବାର ସ୍ୱପ୍ନ ଛାରଖାର ହୋଇଯାଇଛି।

LEAVE A REPLY

Please enter your comment!
Please enter your name here