ଏଥର ପୁରା ଫର୍ମରେ ଅଛି ଟିମ୍ ଇଣ୍ଡିଆ । ଆଜି ନେଦରଲାଣ୍ଡକୁ 160 ରନରେ ପରାସ୍ତ କରିବା ପରେ ଭାରତ ବିଶ୍ବକପରେ ଅପରାଜୟ ଟିମ୍ ଭାବେ ରେକର୍ଡ କରିଛି । 9 ଟି ମ୍ୟାଚରୁ ଭାରତ 9 ମ୍ୟାଚ୍ ଜିତି ସେମି ଫାଇନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଜି ଭାରତ ପ୍ରଥମେ ବ୍ୟାଟି କରି 410 ରନ୍ କରିଥିଲା । ନେଦରଲାଣ୍ଡ ଆଗରେ ମ୍ୟାଚ ଜିତିବା ପାଇଁ 411 ରନ୍ ଟାର୍ଗେଟ ଥିବା ବେଳେ 47.5 ଓଭରରେ ସମସ୍ତ ଓ୍ବିକେଟ ହରାଇ 250 ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଆଜି ନେଦରଲାଣ୍ଡ ବିପକ୍ଷରେ ଶ୍ରେୟସ ଆୟର 93 ବଲରେ 128 ରନ୍ କରିଥିବା ବେଳେ କେଏଲ ରାହୁଲ 64 ବଲରେ ୧୦୨ ରନ୍ କରିଥିଲେ । ରୋହିତ ଶର୍ମା 61, ବିରାଟ କୋହଲି 51 ଓ ଶୁବମନ ଗିଲ 51 ରନ୍ କରି ନେଦରଲାଣ୍ଡ ସାମନାରେ ବିଶାଳ ଟାର୍ଗେଟ ଦେଇଥିଲେ । ଶ୍ରେୟସ ଆୟରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।
ଆସନ୍ତା ବୁଧବାର ଦିନ ଭାରତ ବିଶ୍ବକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । 2019ରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା । ତେବେ ଏଥରକ ପୁରା ଫର୍ମରେ ଥିବା ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇବା ପାଇଁ ପ୍ରସ୍ତୁତି ଚଳାଇଛି ।

LEAVE A REPLY

Please enter your comment!
Please enter your name here