58ତମ ବାର୍ଷିକ ସିଆନ କନଭେନସନରେ ଯେତେବେଳେ ସମସ୍ତଙ୍କ ଆଲୋଚନା ଇଲେକ୍ଟ୍ରିକ ଭେଇକେଲ ଉପରେ କେନ୍ଦ୍ରିତ ହେଉଥିଲା ସେତତେବେଳେ ପ୍ରାକୃତିକ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏନଜି କଥା କହି ଲୋକଙ୍କ ଧ୍ୟାନ ହଟାଇଥିଲେ. ସେ କହିଲେ 2030 ମସିହା ସୁଦ୍ଧା ଭାରତରେ 10,000 ସିଏନଜି ଷ୍ଟେସନ ନିର୍ମାଣ ହେବ. 2018 ଏପ୍ରିଲ ପର୍ଯ୍ୟନ୍ତ ଭାରତରେ ମୋଟ ଉପରେ 1424ଟି ସିଏନଜି ଷ୍ଟେସନ ଗଣନା କରାଯାଇଛି. ଭାରତରେ ବିକ୍ରି ହେଉଥିବା ପ୍ରାୟ 30 ଲକ୍ଷ କାରକୁ ସିଏନଜି ଷ୍ଟେସନ ସିଏନଜି ସପ୍ଲାଏ କରୁଛି. ବର୍ତ୍ତମାନ ସମୟରେ ମାରୁତୀ ସୁଜୁକୀ ଓ ହ୍ୟୁଣ୍ଡାଇ ଫିଫ୍ଟେଡ ସିଏନଜି କିଟସର ବିକ୍ରି କରୁଛନ୍ତି. ଆଗକୁ ଫର୍ଡ ମଧ୍ୟ ଏହି କ୍ୟାଟେଗୋରୀରେ ଆସିବାକୁ ଯାଉଛି. ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ସିଏନଜି ହେଉଛି ଡୋମେଷ୍ଟିକ ଏବଂ ଏହା ପେଟ୍ରୋଲ ଇମ୍ପୋର୍ଟ ଉପରେ କିଛି ବି ପ୍ରଭାବ ପକାଇବନାହିଁ. ଏହାକୁ ବାଦ୍ ଦେଲେ ସେ କହିଛନ୍ତି ପ୍ରତ୍ୟେକ ସିଏନଜି ୟୁନିଟ ପ୍ରତି ବର୍ଷ ପାଖାପାଖି 750 ଲିଟର ପେଟ୍ରୋଲ ବଞ୍ଚାଏ.