ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗୁରୁବାର ସ୍ମାର୍ଟଫୋନ  Vivo V11 Pro କୁ ଭାରତରେ ଲଞ୍ଚ କରିଛି. ଏହାକୁ କମ୍ପାନୀର ଗ୍ରେଟର ନୋଏଡା ୟୁନିଟରେ ଉତ୍ପାଦନ କରାଯିବ. ଏହି ଫୋନରେ 6.41 ଇଞ୍ଚର ହେଲୋ ଫୁଲ ଭ୍ୟୁ ଏଫ ଏଚ ଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ଦିଆଯିବା ସହ 3ଡି କର୍ଭଡ ଡିସାଇନରେ ପ୍ରବେଶ କରାଯାଇଛି. ଏହାର ବେଜେଲ୍ସ 1.6 ଏମଏମ ଥିବା ବେଳେ ଆସପେକ୍ଟ ରେସିଓ 19:5:9 ରହିଛି ଏବଂ ଏହାର ସ୍କ୍ରିନ ଟୁ ବଡି ରେସିଓ 91.27% ଅଛି. ଏଥିରେ ଇନ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି ଯାହା ଏହି ଫୋନର ଏକ ଗୁରୁତ୍ୱପୂରଣ୍ଣ ଫିଚର. ଏହା ଡୁଆଲ ରିୟର କ୍ୟାମେରା ହୋଇଥିବାବେଳେ ଏହାର ପ୍ରାଇମେରୀ ସେନ୍ସର 12 ମେଗାପିକ୍ସଲ ରହିଛି ଓ ଅନ୍ୟଟି 5 ମେଗାପିକ୍ସଲ ରହିଛି. ଏହି ଫୋନରେ ଲୋ ଲାଇଟରେ ମଧ୍ୟ ଭଲ ଫଟୋ କ୍ୟାପଚର କରିହେବ.

LEAVE A REPLY

Please enter your comment!
Please enter your name here