ଭୁବନେଶ୍ବର ସତ୍ୟବିହାର ସ୍ଥିତ “ନୋ ଲିମିଟ୍” ବାର୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ।ଏହି ଘଟଣାରେ କୌଣସି ବି ଜୀବନ ହାନି ହୋଇ ନାହିଁ । ବାରରେ ବେଆଇନ ଭାବେ ହୁକା ବାର୍ ଚାଲିଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବାରକୁ କୌଣସି ଲାଇସେନ୍ସ ଦିଆଯାଇନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ରାତି ଅଧ ପର୍ଯ୍ୟନ୍ତ ଗ୍ରାହକମାନେ ଆସି ହୁକା ଟାଣନ୍ତି , ନିଶାରେ ଥିବାରୁ ଝଗଡ଼ା କରନ୍ତି । ବାରକୁ ବନ୍ଦ କରିବାକୁ ବାରମ୍ବାର ବିଏମସି ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ କେହି ତଦନ୍ତ କରୁନାହାଁନ୍ତି । ଏହି ଅଭିଯୋଗ ବାର୍ ମାଲିକ ଖଣ୍ଡନ କରିଛନ୍ତି । ବାର୍ ମାଲିକ କହିଛନ୍ତି ଯେ ତଳେ ଥିବା ଏକ ହୋଟେଲ୍ ଏସିରୁ ପ୍ରଥମେ ନିଆଁ ଲାଗି ତାଙ୍କ ବାରକୁ ବ୍ୟାପିଥିଲା । ନିଆଁ ଲାଗିଥିବାବେଳେ ବାରରେ କୌଣସି ବ୍ୟକ୍ତି ନ ଥିଲେ । ତେଣୁ କାହାର କୌଣସି କ୍ଷତି ହୋଇ ନାହିଁ । ଏହାର ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ୧୦ ଦିନ ଭିତରେ ଭୁବନେଶ୍ବରର ସବୁ ବାର୍‌ରେ ଚେକିଂ ହେବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

LEAVE A REPLY

Please enter your comment!
Please enter your name here