ଦିନ ଦ୍ୱିପହରରେ ଯୁବକଙ୍କୁ ବିଚ୍‌ ରାସ୍ତା ଉପରେ ହାଣି ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗାଁରେ ଘଟିଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଦେଉଳି ଗାଁ ନୂଆସାହିର ଚିନ୍ମୟ ସାହୁ । ଚିନ୍ମୟ ବାଇକରେ ଘରକୁ ଫେରୁଥିବାବେଳେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଫଳରେ ଘଟଣା ସ୍ଥଳରେ ଚିନ୍ମୟ ପ୍ରାଣ ହରାଇଥିଲେ । ପରକୀୟା ପ୍ରୀତିରୁ ଚିନ୍ମୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ଗାଁର ଉତ୍ତ୍ୟକ୍ତ ଲୋକେ ଅନ୍ୟଜଣଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ଘର ଜାଳି ଦେଇଛନ୍ତି । ସୁଚନାଅନୁସାରେ, ଚିନ୍ମୟଙ୍କର ଆସନ୍ତା ୨୧ ତାରିଖରେ ବାହାଘର ହେବାର ଥିଲା । ବେଗୁନିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ଖୋଳତାଡ଼ ଆରମ୍ଭ କରିଛି । ଘଟଣାକୁ ନେଇ ଦେଉଳି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here