ବିମାନଯାତ୍ରୀଙ୍କ ପାଇଁ ଇଣ୍ଡିଗୋ ଏୟାର ଲାଇନ୍ ଆଣିଦେଇଛି ଏକ ଖୁସି ଖବର. ଏଥର ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଉଡାଣ କରିବାକୁ ନିଷ୍ପତି ନେଇଛି ଇଣ୍ଡିଗୋ ଏୟାର ଲାଇନ୍. ଇଣ୍ଡିଗୋ ଏୟାର ଲାଇନର ରିପୋର୍ଟ ଅନୁସାରେ, ଭୁବନେଶ୍ୱରରୁ ଦୁବାଇ ଓ ଶାରଜାହକୁ ସିଧା ବିମାନ ଉଡାଣ କରିବାକୁ କମ୍ପାନୀ ନିଷ୍ପତି ନେଇଛି ଏବଂ ଏହା ନଭେମ୍ବର 1 ତାରିଖରୁ ଆରମ୍ଭ ହେବାକୁ ଯାଉଛି. ଏହାକୁ ବାଦ୍ ଦେଲେ ଇଣ୍ଡିଗୋ ଏୟାର ଲାଇନ ଭୁବନେଶ୍ୱରରୁ ଗୁଆହାଟୀ ପର୍ଯ୍ୟନ୍ତ ଅନ୍ତର୍ଦ୍ଦେଶୀୟ ବିମାନ ଉଡାଣ ପାଇଁ ମଧ୍ୟ ଯୋଜନା ରଖିଛି ଯାହା 28 ଅକ୍ଟୋବରରୁ ଆରମ୍ଭ ହେବ. ତେବେ ଏଥିପାଇଁ ବର୍ତ୍ତମାନଠାରୁ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି. ଏହାକୁ ନେଇ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରିୟ ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ଏୟାର ଏସିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍ ପାଇଁ ବିମାନ ସେବା ଆରମ୍ଭ କରିଛି, ଯାହା ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ.

LEAVE A REPLY

Please enter your comment!
Please enter your name here