ଭୁବନେଶ୍ୱର : ଆମ୍ବୁଲାନ୍ସକୁ ବାଟ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସ ଆସୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍କେଡ ଅଟକାଇଲେ ଟ୍ରାଫିକ କନେଷ୍ଟବଳ । ଗତକାଲି ସଂନ୍ଧ୍ୟା ପ୍ରାୟ ୭ଟା୪୫ ସମୟରେ ଏଜି ଛକରୁ ନବୀନ ନିବାସ ଅଭିମୁଖେ ଯାଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ ହସ୍ପିଟାଲ ଛକରେ ଆମ୍ବୁଲାନ୍ସ ସାଇରନ ଶୁଣି ମୁଖ୍ୟମନ୍ତ୍ରୀ ନିଜ ଗାଡିକୁ ଅଟକାଇବା ଲାଗି ଡ୍ରାଇଭରକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନି ଟ୍ରାଫିକ ପୋଲିସ ଗାଡିକୁ ଅଟକାଇ ଆମ୍ବୁଲାନ୍ସକୁ ତୁରନ୍ତ ଛାଡିବାରେ ସହାୟତା କରିଥିଲା । ପ୍ରାୟ ଅଢେଇ ମିନିଟ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ରାସ୍ତାରେ ଅଟକି ରହିଥିଲା । ସେହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ, ଅନ୍ୟଟି କ୍ୟାପିଟାଲ ହସ୍ପିଟାଲରୁ ପୋଖରୀପୁଟ, ଆଉ ଦୁଇଟି ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲରୁ ଗୋପବନ୍ଧୁ ଛକ ଆଡକୁ ଯାଉଥିଲା । ନିକଟରେ ଭିଡ ରାସ୍ତାରେ ଲୋକେ ଆମ୍ବୁଲାନ୍ସକୁ ବାଟ ନ ଛାଡିବାରୁ ରାଜଧାନୀରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here