ମୃତ୍ୟୁର ଖେଳ କୁହାଯାଉଥିବା ବ୍ଲୁ ହ୍ୱେଲ, ମୋମୋ ପରେ ଏବେ ଆସିଛି ଅଲିଭିଆ ହୋକ୍ସ. ଆଜ୍ଞା ହଁ, ବିଶ୍ୱାସ କରିହେଉନଥିଲେ ମଧ୍ୟ ପିଲାଙ୍କ ଜୀବନ ନେଉଥିବା ବ୍ଲୁ ହ୍ୱେଲ, ମୋମୋ ଗେମ୍ ପରେ ଏବେ ଅଲିଭିଆ ହୋକ୍ସ ନାମକ ଏକ ନୂଆ ଖେଳ ଆସିଛି ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଏହାକୁ ରୋକିବା ପୋଲିସ୍ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ. ମୋମୋ ଚ୍ୟାଲେଞ୍ଜ୍ ଉପରେ ଆଡଭାଇଜୋରୀ ଜାରି କରିବାର କିଛିଦିନ ପରେ ଓଡିଶା ଅପରାଧ ଶାଖା ଅଲିଭିଆ ହୋକ୍ସ ଉପରେ ଆଉ ଏକ ଆଡଭାଇଜୋରୀ ଜାରି କରିଛି. ତେବେ ହ୍ଵାଟସ୍ଆପରେ ଆସୁଥିବା ଏକ ଅନଲାଇନ୍ ସ୍ପାମ୍ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଟାର୍ଗେଟ କରୁଛି ଯାହା ଫଳରେ ସେମାନେ ଅତି ସହଜରେ ତାର ଶିକାର ହେଉଛନ୍ତି. ସାଧାରଣତଃ ଛୋଟପିଲାଙ୍କ ଜୀବନ ସହ ଖେଳିବାକୁ ବିଦେଶର ସାଇବର୍ ଅପରାଧୀ ଏ ପ୍ରକାର ସ୍ପାମ୍ ବ୍ୟବହାର କରୁଥିବା ସାଧାରଣରେ କୁହାଯାଉଛି. ଓଡ଼ିଶାରେ ଅଲିଭିଆ ପ୍ରବେଶ କରିବା ପରେ ଚାରିଆଡେ ଭୟର ଆତଙ୍କ ସୃଷ୍ଟି ହୋଇଗଲାଣି. ତେବେ ଏନେଇ ଗତକାଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆଗୁଆ ସତର୍କ କରିଦିଆଯିବା ସହ  କୌଣସି ଅଜଣା ମୋବାଇଲ୍ ନମ୍ବରରୁ ଆସୁଥିବା ମେସେଜକୁ ଇନବକ୍ସରେ ନଖୋଲିବାକୁ ପରାମର୍ଶ ଦିଆଯାଇଛି ଏବଂ  ପିଲାମାନଙ୍କୁ ମୋବାଇଲ ଠାରୁ ଦୂରରେ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି. ଅଲିଭିଆ ହୋକ୍ସ ହେଉଛି ଏକ ଅନଲାଇନ୍ ହ୍ଵାଟସ୍ଆପ୍ ସ୍ପାମ୍ ଯାହା ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଛି. ଏହାର ଆରମ୍ଭରେ  ଏହି ସ୍ପାମ୍ ମେସେଜ୍ ପଠାଇ ବନ୍ଧୁଙ୍କ ବନ୍ଧୁ ଭାବରେ ନିଜକୁ ପରିଚୟ ଦେଉଛି ଏବଂ ସେ ନୂଆ ନମ୍ବର ଆଣିଥିବାରୁ ସେହି ନମ୍ବରକୁ ସେଭ୍ କରିବାକୁ ଅଲିଭିଆ କହୁଛି. ତେବେ ସମ୍ପୃକ୍ତ ଛାତ୍ର କିମ୍ବା ଛାତ୍ରୀ ସେଭଳି କୌଣସି ବନ୍ଧୁଙ୍କୁ ଚିହ୍ନିନଥିବା କହିଲେ, ଅଲିଭିଆ ଅନେକ ଦିନ ତଳେ ସେମାନଙ୍କର ଏକ ଗ୍ରୁପ୍ ଫଟୋ ହ୍ଵାଟସ୍ଆପରେ ପଠାଇବାକୁ ସାଙ୍ଗେସାଙ୍ଗେ କହୁଛି. ପରେ ଅଲିଭିଆ ଏକ ଫଟୋ ମଧ୍ୟ ପଠାଉଛି. ତା ପରେ ଲିଙ୍କ ଖୋଲିଲେ ସେଥିରେ ଗ୍ରୁପ ଫଟୋ ଥିବା କଥା ଦାବି କରୁଛି ଯାହାଫଳରେ  ଲିଙ୍କ୍ ଖୋଲିବା ମାତ୍ରେ ମୋବାଇଲ୍ ହ୍ୟାକ୍ ହେବା ଏବଂ ଜୀବନ ପ୍ରତି ବିପଦ ରହିଛି.

LEAVE A REPLY

Please enter your comment!
Please enter your name here