ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ନିଆଁ ତେଜିବାରେ ଲାଗିଛି । ପ୍ରତିବାଦରେ ବିଭିନ୍ନ ପେଟ୍ରୋଲ ପମ୍ପ ପାଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପ୍ରତିବାଦ ସଭାରେ ବିଜେଡି ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଦରବୃଦ୍ଧିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଲୋକ କହିଛନ୍ତି ଯେ, ପ୍ରଜା ମେଳି ସମୟ ଆସିଛି, ରାଜରାସ୍ତାକୁ ଆସି ନେତା ମନ୍ତ୍ରୀଙ୍କୁ ଘୋଷାରି ଆମ ଭୋଟର ମୂଲ୍ୟ ମାଗିବାକୁ ପଡିବ । ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପ ସାମ୍ନାରେ ଆରମ୍ଭ ହୋଇଥିବା ବିକ୍ଷୋଭ ଆଜିଠାରୁ ତିନି ଦିନ ଧରି ଚାଲିବ             ଅନ୍ୟପକ୍ଷରେ କଂଗ୍ରେସ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ।
ଦେଶବ୍ୟାପି ତୈଳ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଦାନା ଧରୁଥିବାବେଳେ ଶୁକ୍ରବାର ତୈଳ ଦର ପୁଣି ବୃଦ୍ଧି ପାଇଛି । ନବରଙ୍ଗପୁର ଓ ଜୟପୁରରେ ୮୨ ଟଙ୍କା ଟପିଛି ପେଟ୍ରୋଲ ଦର । ସୁଚନା ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮ଟଙ୍କା ୮୫ ପଇସା ହୋଇଥିବାବେଳେ ଡିଜେଲ ଦର ରହିଛି ୭୭ ଟଙ୍କା ୩୩ ପଇସା । ସେହିପରି କଟକରେ ପେଟ୍ରୋଲ ଦର ୭୯ଟଙ୍କା ୭ ପଇସା ହୋଇଥିବାବେଳେ ଡିଜେଲ ଦର ଲିଟର ପିଛା ୭୭ ଟଙ୍କା ୫୪ ପଇସା ରହିଛି ।

LEAVE A REPLY

Please enter your comment!
Please enter your name here