ଭୁୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ମାର୍ଚ୍ଚ ୨୬ରେ ହେବ ନିର୍ବାଚନ । ୧୭ଟି ରାଜ୍ୟର ମୋଟ ୫୫ଟି ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ଓଡିଶାର ଖାଲି ରହୁଥିବା ୪ଟି ଆସନ ପାଇଁ ହେବ ନିର୍ବାଚନ । ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୧୮ ରହିଛି । ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ରାଜ୍ୟ ସଭା ଆସନ ଯିବା ନିଶ୍ଚିତ । ତେବେ ୪ର୍ଥ ଆସନ ପାଇଁ ବିଜେଡି, କଂଗ୍ରେସ ଏବଂ ବିଜେପିର ଯଥେଷ୍ଟ ସଦସ୍ୟ ନାହାନ୍ତି ।

LEAVE A REPLY

Please enter your comment!
Please enter your name here