ବିଶ୍ୱ ଧନୀ ତାଲିକାରେ ୧୧ କୁ ଖସିଆସିଛି ଗୌତମ ଆଦାନୀଙ୍କ ସ୍ଥାନ । ତାଙ୍କ ସଂପତ୍ତିରେ ପୁଣି ଥରେ ବୃହତ୍ ହ୍ରାସ ପରେ ଏଭଳି ଖବର ସାମ୍ନାକୁ ଆସିଛି। ମାତ୍ର ୩ ଦିନ ଭିତରେ ଆଦାନୀଙ୍କ ସଂପତ୍ତିରେ ୩୪ ବିଲିୟନ ଡଲାର ହ୍ରାସ ପାଇଛି। ଫଳରେ ବିଶ୍ୱର ଟପ୍ ଟେନ୍ ଧନୀ ତାଲିକାରୁ ସେ ଆଉଟ୍ ହୋଇଯାଇଥିବା ଜଣାପଡ଼ିଛି। କଟରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ପରିମାଣ ୨୨.୫ ମିଲିୟନ ଡଲାର ହ୍ରାସ ପାଇଥିଲା । ଫଳରେ ମାତ୍ର ୨ ଦିନ ଭିତରେ ସେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଥିଲେ। ଆଉ ଏବେ ସେ ୭ ନମ୍ବର ସ୍ଥାନରୁ ୧୧ ନମ୍ବରକୁ ଖସି ଆସିଛନ୍ତି।

LEAVE A REPLY

Please enter your comment!
Please enter your name here