ଆଜି ପବିତ୍ର ଗୁରୁ ଦିବସ । ଏହି ଅବସରରେ ଦେଶର କୋଣ ଅନୁକୋଣରେ ଗୁରୁ ମାନଙ୍କୁ ସ୍ମରଣ କରାଯାଇଥାଏ । ତେବେ ଜଣେ ଶିକ୍ଷକ ଶିକ୍ଷାଦାନ ପ୍ରତି ସର୍ମପିତ ହେବା ଦ୍ୱାରା ଏହା ଏକ ମିଶନରେ ପରିଣତ ହୋପାରିବ ବୋଲି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମତ ରଖିଥିଲେ । ତେବେ ବାସ୍ତବତାକୁ ଅବଲୋକନ କଲେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଶିକ୍ଷକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାନ୍ତି । ଏବେବି ଶିକ୍ଷକତାକୁ ପେଷା ନୁହେଁ ବରଂ ନିଶା ଭାବେ ବାଛିଛନ୍ତି ଅନେକ ବ୍ୟକ୍ତି ।
ତେବେ ସେହିପରି ଏକ ଗୁରୁ ହେଉଛନ୍ତି ଗୁରୁଗାଓଁର ଆଶିଷ । ଆଶିଷ ମଲ୍ଟି ନ୍ୟାଶନାଲ ଆଇଟି କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ହେଲେ ନିଶା ତାଙ୍କର ଶିକ୍ଷକତା । ଚାକିରି କରିବା ସହ ସେ ସର୍ବଦା ଶିକ୍ଷାଦାନକୁ ପ୍ରାଧାନ୍ୟ ଦେଇଛନ୍ତି । ସେଥିପାଇଁ ସେ ପ୍ରତି ସପ୍ତାହରେ ୩୭୦ କିଲୋମିଟର ବସରେ ଯାତ୍ରା କରି ନିଜ ଗାଁରେ ପହଁଞ୍ଚି ପିଲାମାନଙ୍କୁ ଶିକ୍ଷାଦାନ ଦେଇଥାନ୍ତି ।
ଆଶିଷଙ୍କ ଘର ଉତ୍ତରାଖଣ୍ଡର ତିମଲି ଜିଲ୍ଲାରେ । ୧୮୮୨ ମସିହାରେ ତାଙ୍କ ଜେଜେବାପା ଏକ ସଂସ୍କୃତ ସ୍କୁଲ ସ୍ଥାପନ କରିଥିଲେ । ଏହା ଉକ୍ତ ସମୟରେ ହିମାଳୟରେ ଥିବା ପ୍ରଥମ ବ୍ରିଟିଶ ମାନ୍ୟତା ପ୍ରାପ୍ତ ସ୍କୁଲ ଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ବହୁତ ପିଲା ପଢିବାକୁ ଆସୁଥିବାବେଳେ ଦିନକୁ ଦିନ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ଦେଖାଯାଇଥିଲା । ବିଶେଷ କରି ଗରିବ ଶ୍ରେଣୀୟ ଲୋକମାନେ ନିଜ ପିଲାମାନଙ୍କୁ ପଢାଇବା ସମ୍ଭବପର ହେଉନଥିବା ଜାଣିବା ପରେ ଆଶିଷ ସେମାନଙ୍କ ଲାଗି କିଛି କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ସେ ନିଜର ପରିବାର ଲୋକ ଓ ବନ୍ଧୁମାନଙ୍କ ସହ ମିଶି ଏକ କମ୍ପୁ୍ୟଟର ସେଣ୍ଟର ଖୋଲିଥିଲେ । ଏହାର ନାମ ରଖିଥିଲେ ‘ଦ ୟୁନିଭର୍ସନାଲ ଗୁରୁକୁଲ’ । ଏଠାକୁ ଅନେକ ପିଲା କମ୍ପୁ୍ୟଟର ଶିଖିବାକୁ ଆସିଥାନ୍ତି । ଆଶିଷ ପ୍ରତ୍ୟେକ ସପ୍ତାହରେ କମ୍ପୁ୍ୟଟର ସେଣ୍ଟର ଯିବା ସହ ପାଖ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥାନ୍ତି । ଏଥିପାଇଁ ସେ ବସ୍ ଯୋଗେ ଗୁରୁଗାଓଁରୁ ଉତ୍ତରାଖଣ୍ଡ , ୩୭୦ କିଲୋମିଟର ଯାତ୍ରା କରି ଗାଁରେ ପହଁଁଞ୍ଚିଥାନ୍ତି । ଏଥିପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗେ । ସପ୍ତାହର ଏହି କିଛି ମୁହୂର୍ତ୍ତ ତାଙ୍କୁ ଶାନ୍ତି ଦେଇଥାଏ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here