ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା କାମକୁ ବିରୋଧ କରି ୪ଟି ଗାଡିକୁ ପୋଡିଦେଲେ ଲାଲବାହିନୀ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଗୁମ୍ମା ଗାଁ ନିକଟରେ । ବୁଡୁଣୀ ଠାରୁ ଗୁମ୍ମା ଗ୍ରାମକୁ ରାସ୍ତା ନିର୍ମାଣ ହେଉଥିଲା । ରାତି ପ୍ରାୟ ୧୨ଟା ବେଳେ ୬୦ରୁ ଅଧିକ ମାଓବାଦୀ ଆସି ପ୍ରଥମେ ଦୁଇ ଶ୍ରମିକକୁ ବାନ୍ଧି ନିସ୍ତୁକ ମାଡ ମାରି ମୋବାଇଲ ଛଡାଇ ନେଇଥିଲେ । ପରେ ଗାଡି ଗୁଡିକୁ ନିଆଁ ଲଗାଇ ଦେଇଥିଲେ ମାଓବାଦି । ଦୁଇଟି ଜେସିବି , ଗୋଟିଏ ରୋଲର ଓ ଗୋଟିଏ ମିକଶ୍ଚର ମେସିନକୁ ପୋଡି ଦିଆଯାଇଛି । ଏବଂ ଘଟଣାସ୍ଥଳରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ନିୟମଗିରୀକୁ ରାସ୍ତା ନିର୍ମାଣ କରି ବେଦାନ୍ତ କମ୍ପାନୀ ଖଣିରୁ ଉତ୍ତୋଳନ କରିବା ନିମନ୍ତେ ଚେଷ୍ଟା କରୁଛି । ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଡଙ୍ଗରିଆ କନ୍ଧମାଳଙ୍କ ଦାବି ଯୋଗୁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ୧୦ କୋଟି ଟଙ୍କା ଅଟକଳରେ ରାସ୍ତା ନିର୍ମାଣ ଚାଲିଛି । ମାଓବାଦୀଙ୍କ ଲଙ୍କାକଣ୍ଡ ପରେ ଅଞ୍ଚଳରେ କକୁଆ ଭୟ ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here