୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ଶୁଭାଂଶୁଙ୍କ ସଫଳ ପ୍ରତ୍ୟାବର୍ତ୍ତନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶୁଭାଂଶୁ ଐତିହାସିକ ମହାକାଶ ଯାତ୍ରାରୁ ଫେରି ଆସିଛନ୍ତି।

ସେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଏପରି ସଫଳତା ପାଇଛନ୍ତି। ତାଙ୍କ ତ୍ୟାଗ ଓ ସାହସ କୋଟିକୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇଛି। ଆଗକୁ ହ୍ୟୁମାନ ସ୍ପେଶ ମିଶନ ‘ଗଗନଯାନ’ ପାଇଁ ଶୁଭାଂଶୁଙ୍କ ସଫଳ ପ୍ରତ୍ୟାବର୍ତ୍ତନ ମାଇଲଷ୍ଟୋନ ହେବ ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here