ନୂଆ ମଟର ଭେଇକିଲ ଆଇନ ସମ୍ୱନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ମୟୁରଭଞ୍ଜ ପାଞ୍ଚପୀଢ଼ ଉପଖଣ୍ଡ କରଞ୍ଜିଆର ସହରର ଅଗ୍ରଣୀ କ୍ଳବ କରଞ୍ଜିଆ ପ୍ରେସକ୍ଳବ ପକ୍ଷରୁ ପାଳିତ ହୋଇଯାଇଛି | ସହର ମୁଖ୍ୟ କଚେରୀ ଛକ ନିକଟରେ ପ୍ରେସକ୍ଳବ ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଅବସରରେ ପ୍ରେସକ୍ଳବର ସମସ୍ତ ସଭ୍ୟ, ସଭ୍ୟା, କରଞ୍ଜିଆ ଗୋଷ୍ଠି ୟନୟନ ଅଧିକାରୀ, ତହସିଲଦାର ସମେତ କିଛି ସାମାଜିକ କର୍ମୀ ସରକାରଙ୍କ ଟ୍ରାଫିକ ନିୟମ ସମ୍ୱନ୍ଧରେ ସଚେତନ କରାଇଥିଲେ | ଯେଉଁମାନେ ଟ୍ରାଫିକ ନିୟମ ପାଳନ କରୁଥିଲେ ସେମାନଙ୍କୁ ଗୋଲାପ ଫୁଲ ସହିତ ଚକଲେଟ ଦେଉଥିଲେ | ଏଥିସହ ଯେଉଁ ଗାଡି ଚାଳକମାନେ ଟ୍ରାଫିକ ନିୟମ ପାଳନ କରୁନଥିଲେ ତାଙ୍କୁ ଏକ ଲିପଲେଟ ଦେଇ ସଚେତନ କରୁଥିବା ଦେଖିବାକୁ ମିଳିଥିଲା |
ମୟୁରଭଞ୍ଜ- ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here