ମାଲକାନାଗିର: ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ମାଲକାନାଗିର ଜିଲ୍ଲାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ଭିଡିଓ ହେଉଛି ଭାଇରାଲ । ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ହୋଇଛନ୍ତି ଆକ୍ରମଣର ଶିକାର । ସୂଚନାମୁତାବକ ମାଲକାନାଗିର ଜିଲ୍ଲା ଏମଭି ୭୯ ଠାରେ କିଛି ଯୁବକ ମାଗଣାରେ ମାସ୍କ ବଣ୍ଟନ କରୁଥିବା ସମୟରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିକୁ ଏମଭିି ୭୯ ପୋଲିସ ଥାନାକୁ ଡକାଇ ର୍ଦୁବ୍ୟବହାର କରିବା ସହ ଠେଙ୍ଗା ଉଠାଇ ମାରିଦେବାକୁ ଧମକ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଏହିଭଳି ବ୍ୟବହାରକୁ ସମସ୍ତେ ଦୃଢ ନିନ୍ଦା କରିଛନ୍ତି ।