କନ୍ଧମାଳ ପୁଲିସର ସଫଳ ହେଲା ଏକ ବଡ଼ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । ଅପରେସନରେ ଡିଭିଏଫ୍ ଓ ଏସ୍ଓଜି ଯବାନ୍ ସାମିଲ୍ ଅଛନ୍ତି । ଗୁଇନ୍ଦା ସୂଚନାକୁ ଆଧାର କରି ଯବାନମାନେ ଅପରେସନ୍ ଆରମ୍ଭ କରିଥିଲେ । ମିଳିଥିବା ସୂଚନା ମୁତାବକ, ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା। ଏନେଇ କନ୍ଧମାଳ ଏସ୍ପି ହରିଶ ବି.ସି.ଙ୍କ ନିର୍ଦ୍ଦେଶ କ୍ରମେ ଡିଭିଏଫ ଯବାନଙ୍କ ଏକ ଟିମ୍ ସମ୍ପୂକ୍ତ ଅଞ୍ଚଳରେ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ଡିଭିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଉଭୟଙ୍କ ମୃତଦେହ ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପେରଶନ ଜୋରଦାର କରିଛି। ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି । ବୁଡାଗୁଡ଼ା ସୁକାଲାଦା ନିକଟସ୍ଥ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଅପରେସନ୍ ।














