ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥବସ୍ଥା ଭଲ ରହିଛି । ସୋମବାର ଅପରାହ୍ନରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍‌ରୁ କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ସମ୍ମମ ପକ୍ଷରୁ ଏକ ମେଡିକାଲ୍ ବୁଲେଟିନ୍‌ରେ କୁହାଯାଇଛି ।ଗତ ରବିବାର ଅପରାହ୍ନରେ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କୁ ସମ୍ମମକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେ ସତେଜ ଅନୁଭବ କରୁଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ସମ୍ମମ୍ ବୁଲେଟିନ୍‌ରେ କୁହାଯାଇଛି । ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସମେତ ବିଧାୟକ ବାବୁ ସିଂ ଏବଂ ତାଙ୍କ ଦଳୀୟ ନେତା ମାନେ ହସ୍ପିଟାଲ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here