Eunuchs gesture towards the camera during All Indian Eunuchs' convention in Bahucharaji, 110 km (68 miles) north of western Indian city of Ahmedabad April 1, 2007. More than 5.000 eunuchs will attend the two days convention, organisers said. REUTERS/Amit Dave (INDIA)

ମଧୁବାବୁ ପେନସନ୍ ଯୋଜନା ହିତାଧିକାରୀଙ୍କୁ ମିଳିବ ଆଉ ୧ ହଜାର ଟଙ୍କା । ରାଜ୍ୟରେ ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଉ ୧ ହଜାର ଲେଖାଏଁ । ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ଟଙ୍କା ଆସିସାରିଛି , ଖୁବ୍‌ଶୀଘ୍ର ଦେବା ବ୍ୟବସ୍ଥା ହେବ ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ବରୁ ହିତାଧିକାରୀଙ୍କୁ ୪ମାସ ପାଇଁ ୧ ହଜାର ଲେଖାଏଁ ମିଳିଥିଲା । ସେହିପରି କିନ୍ନର ମାନଙ୍କୁ ମିଳିବ ମଧୁବାବୁ ପେନସନ ଯୋଜନାରେ ଭତ୍ତା । କିନ୍ନରଙ୍କୁ ମଧୁବାବୁ ପେନସନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବୟସାନୁସାରେ ୫ ଶହରୁ ୯ ଶହ ପର୍ଯ୍ୟନ୍ତ ଭତ୍ତା ପାଇବେ କିନ୍ନର । ଏନେଇ କିନ୍ନର ମାନଙ୍କୁ ଆବେଦନ କରିବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here