ଆମେ ସର୍ବଦା ନିଜର ସ୍ମାର୍ଟଫୋନ ଚୋରି ହେବା କିମ୍ବା ହଜି ଯିବାକୁ ନେଇ ସବୁବେଳେ ଆଶଙ୍କାରେ ଥାଉ. ଆଜିର ଦିନରେ ସ୍ମାର୍ଟଫୋନ ଆମ ପାଇଁ ଏତେ ଜରୁରୀ ହୋଇପଡିଛି ଯେ ଫୋନ ବିନା କିଛି କାମ କରିବା ସମ୍ଭବ ନୁହେଁ. ଏହି ଫୋନରେ ଆମେ ନିଜର ଜରୁରୀ କାଗଜ ପତ୍ରଠାରୁ ଆରମ୍ଭ କରି ଅଡିଓ  ଓ ଭିଡିଓ କୁ ଷ୍ଟୋରେଜ କରିଥାଉ.ତେବେ ଏହି ସ୍ମାର୍ଟ ଫୋନର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ. ଏହାକୁ ବାଦ୍ ଦେଲେ ଆମେ ବହୁତ କିଛି କାର୍ଯ୍ୟ ଫୋନ ଦ୍ୱାରା କରିଥାଉ.ସେହି ସମୟରେ ଯଦି ଆମ ଫୋନ ଚୋରି କିମ୍ବା ହଜିଯାଏ ତାହାଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ. ତେବେ ଆଜି ଆମେ ଏପରି 4ଟି ଆପ୍ ବିଷୟରେ ଜାଣିବା ଯେଉଁଥିରେ ଫୋନ ଚୋରି ହେବାର ଆଶଙ୍କା କମ ରହିଥାଏ.

ପ୍ରଥମେ ହେଲା- ଲୁକ ଆଉଟ ଆପ. ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ପ୍ରାୟ 10 ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି ଏବଂ ଏହାକୁ 4.4 ର ରେଟିଂ ମିଳିସାରିଛି. ଏହି ଆପର ସାଇଜ 10 ଏମବି ଯାହା ସ୍ମାର୍ଟ ଫୋନରେ ଅଧିକ ଜାଗା ନେବନାହିଁ.

ଦ୍ୱିତୀୟରେ ଆଭାଷ୍ଟ ମୋବାଇଲ ସିକ୍ୱିରିଟି.ଏହି ଆପରେ ଭାଇରସ ସ୍କାନିଂ, ପ୍ରୋଟେକ୍ସନ, ବ୍ୟାକଅପ ଅପସନ୍ ଓ ପାୱାର ସେଭିଙ୍ଗ ସହ ଆଣ୍ଟି ଥେପ୍ଟ ଭଳି ସେବାର ଲାଭ ମଧ୍ୟ ପାଇପାରିବେ. ଏହି ଆପ ଜରିଆରେ ଫୋନକୁ ସବୁ ଜାଗାରୁ ବି ଲକ୍ କରିହେବ. ଷ୍ଟେଲଥ ମୋଡକୁ ଆକ୍ଚିଭ କରିବା ପରେ ଚୋରକୁ ଜଣାପଡିବନି ଯେ ଆପଣଙ୍କ ଫୋନରେ ଆଭାଷ୍ଟ ସିକ୍ୱିରିଟି ଲାଗିଛି ବୋଲି.ଆଭାଷ୍ଟ ଫୋନରେ ସିମ କାର୍ଡ ବଦଳେଇବାଠାରୁ ଆରମ୍ଭ କରି ଫୋନ ଲକ ପର୍ଯ୍ୟନ୍ତ ସବୁ ନୋଟିଫିକେସନ ଦେଇଥାଏ.

ତୃତୀୟଟି ହେଲା ଫାଇଣ୍ଡ ମାଇ ଡିଭାଇସ. ଏହି ଆପକୁ 1 କୋଟିରୁ ଉର୍ଦ୍ଧ ବ୍ୟବହାରକାରୀ ଡାଇନଲୋଡ କରିସାରିଲେଣି ଏବଂ ଏହି ଆପକୁ 4.3 ରେଟିଙ୍ଗ ମିଳିସାରିଲାଣି.

ଚତୁର୍ଥଟି ହେଲା ସରବର୍ସ ଆଣ୍ଟି ଥେପ୍ଟ ଆପ. ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ 50 ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି. ଏବଂ ଏହାକୁ 1 ଲକ୍ଷରୁ ଅଧିକ ଲୋକ ରେଟ କରିଥିବା ବେଳେ ଏହାର ସାଇଜ 4.3 ଏମବି ରହିଛି.

LEAVE A REPLY

Please enter your comment!
Please enter your name here