ଘରୋଇ ସ୍କୁଲ ଫି ମାମଲାରେ କମିଟି ରିପୋର୍ଟ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ସ୍କୁଲ ଫି ଛାଡ କରିବା ପାଇଁ ଆବେଦନ କରାଯାଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ ହୋଇଥିଲା । ଏହି କମିଟି କେଉଁ ଶ୍ରେଣୀ ପାଇଁ କେତେ ସ୍କାୁଲ ଫି ହ୍ରାସ କରାଯିବ, ସେସଂପର୍କରେ ସୁପାରିଶ କରିଥିଲେ । ତେବେ କମିଟି ରିପୋର୍ଟ ଗ୍ରହଣ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କମିଟି ରିପୋର୍ଟ ଗ୍ରହଣରେ କାହାର ଆପତ୍ତି ଥାଏ, ତେବେ ସାନି ରିଟ୍ କରିପାରିବେ ବୋଲି କୋର୍ଟ କହିଛନ୍ତି । ସ୍କୁଲ ଫି ମାମଲାରେ ହାଇକୋର୍ଟ ଦୁଇଟି ନିର୍ଦ୍ଦେଶ ଦେବା ସହ ମାମଲାର ପରିସମାପ୍ତି ଘଟାଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ କମିଟି କରିଥିବା ସୁପାରିଶ-
() ବାର୍ଷିକ 6 ହଜାର ପର୍ଯ୍ୟନ୍ତ ସ୍କୁଲ ଫି ଉପରେ ଛାଡ କରାଯିବନି
() 6 ରୁ 12 ହଜାର ଯାଏଁ 7.5 ପ୍ରତିଶତ
() 12ରୁ 24 ହଜାର ଯାଏଁ 12 ପ୍ରତିଶତ
() 24 ରୁ 48 ହଜାର ଯାଏଁ 15 ପ୍ରତିଶତ
() 48 ରୁ 72 ହଜାର ଯାଏଁ 20 ପ୍ରତିଶତ
() 72 ରୁ 1 ଲକ୍ଷ ପର୍ଯ୍ୟନ୍ତ 25 ପ୍ରତିଶତ
() 1 ଲକ୍ଷରୁ ଅଧିକ ଫି ପାଇଁ 26 ପ୍ରତିଶତ
() ଆବାସିକ ସ୍କୁଲ ଫି ପାଇଁ 30 ପ୍ରତିଶତ

LEAVE A REPLY

Please enter your comment!
Please enter your name here