ଭୁୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୫ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । କରୋନା ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଏହାର ବ୍ୟାପକତାକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟର ସବୁ ସ୍କୁଲ,କଲେଜ ଏବଂ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ଘୋଷଣା କରିଥିଲେ । ସେହିପରି ପର୍ଯ୍ୟଟକ ମାନଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାରଙ୍ଗର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସ ଘୋଷଣା କରିଛନ୍ତି । ନନ୍ଦନକାନନକୁ ଭାରତ ଏବଂ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଥିିବାରୁ କରୋନା ଭାଇରସ ସଂକ୍ରମଣ ହେବାର ଆଶଙ୍କା ରହିଛି । ସତର୍କତା ଅବଲମ୍ବନ ପାଇଁ କର୍ତ୍ତୁପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ।