ମୁୁମ୍ବାଇ : ବଲିଉଡର ଜଣାଶୁଣା ନାୟିକା ନେହା ଧୁପିଆ ଏବେ ନିଜେ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ମନ୍ତବ୍ୟ ପାଇଁ ନେହା ସୋସିଆଲ ମିଡିଆରେ ୟୁଜର୍ସ ମାନଙ୍କ ଦ୍ୱାରା ଟ୍ରୋଲର ଶିକାର ହୋଇଛନ୍ତି । ଯେଉଁଥିରେ ୟୁଜର୍ସ ତାଙ୍କର ମେମ ବନାଇ ଟ୍ରୋଲ କରିଛନ୍ତି । ସୂଚନାଅନୁସାରେ, ନେହା ଏବେ ଏମ୍‌ଟିଭି ରିଆଲିଟି ଶୋ ରୋଡିଜର ବିଚାରକ ଭାବେ ଅଛନ୍ତି । ଏହି ଶୋର ଏକ ଏପିସୋଡର ଭିିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହି ଏପିସୋଡରେ ନେହା କହିଥିବା କଥାକୁ ଲୋକେ ନାପସନ୍ଦ କରିଛନ୍ତି । ଭିିଡିଓଟିରେ ଦେଖାଦେଇଛି ଜଣେ ପ୍ରତିଯୋଗୀ ନିଜର ପ୍ରେମ ସମ୍ପର୍କ ବିଷୟରେ କହିଛନ୍ତି । ସେ କହିଛନ୍ତି “ମୋ ଗାର୍ଲଫ୍ରେଣ୍ଡ ୫ଟି ପୁଅକୁ ଡେଟ କରୁଥିିବାରୁ ମୁଁ ଗାର୍ଲଫ୍ରେଣ୍ଡକୁ ଚାପୁଡା ମାରିଛି” । ଯାହାକୁ ଶୁଣି ନେହା ରାଗୁଥିବାର ଦେଖାଦେଇଛି । ସେ ରାଗିଯାଇ କହିଛନ୍ତି “ପାଞ୍ଚଜଣ ବୟଫ୍ରେଣ୍ଡ ରଖିବା ଝିଅର ଇଚ୍ଛା ହୋଇଥାଇପାରେ । କିନ୍ତୁ ତୁମେ ତାକୁ ଚାପୁଡା ମାରିବା ପାଇଁ କେହି ନୁହେଁ” I ଏହି ମନ୍ତବ୍ୟ ପାଇଁ ନେହା ୟୁଜର୍ସଙ୍କ ଟ୍ରୋଲିଙ୍ଗର ଶିକାର ହୋଇଛନ୍ତି । ୟୁଜର ତାଙ୍କୁ ଫେକ ନାରୀବାଦୀ କହି କମେଣ୍ଟ କରିଛନ୍ତି । ଆଉ କିଛି ୟୁଜର ଏମ୍‌ଟିଭ ରୋଡିଜରେ ଜଜ୍ ହେବାର ତାଙ୍କର ଯୋଗ୍ୟତା ନାହିଁ ଏବଂ ତାଙ୍କୁ ଖୁବ ଶ୍ରୀଘ୍ର ଶୋରୁ ବାହାର କରିବା ଉଚିତ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here