ପୁଣିଥରେ ଏସିଆନ ଗେମ୍ସରେ ଚମକ ଦେଖାଇଛନ୍ତି ଓଡିଆ ସ୍ପ୍ରିଣ୍ଟର କୁଇନ ଦୂତି ଚାନ୍ଦ । ୧୦୦ ମିଟର ଦୌଡରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଦୂତି ଏସିଆନ ଗେମ୍ସରେ ମହିଳା ୨୦୦ ମିଟର ଇଭେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଦୂତିଙ୍କ ସହ ଭାରତୀୟ ଧାବିକା ହୀମା ଦାସ ମଧ୍ୟ ସାମିଲ ହୋଇଛନ୍ତି । କ୍ୱାଲିଫାଇଙ୍ଗ ରାଉଣ୍ଡର ଚତୁର୍ଥ ହିଟ୍ରେ ରହିଥିବା ଦୂତି ଅନ୍ୟ ୭ ଜଣଙ୍କୁ ପଛରେ ପକାଇ ସେମିଫାଇନାଲରେ ପହଁଞ୍ଚିଛନ୍ତି । ୨ ଶହ ମିଟର ଦୌଡରେ ଦେଶ ପାଇଁ ପଦକ ଜିତିବେ ବୋଲି ସେ ଆଶାବାଦୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here