ପିଏନବି ମହା ଘୋଟାଲାର ମୁଖ୍ୟ ପଳାତକ ନିରବ ମୋଦିଙ୍କୁ ଝଟକା । ଜବଦ ହେଲା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ୪ ସ୍ୱିସ ବ୍ୟାଙ୍କ ଆକାଉଣ୍ଟ । ସ୍ୱିଜରଲ୍ୟାଣ୍ଡ ଅଧିକାରୀ ମାନେ ନିରବ ଏବଂ ତାଙ୍କ ଭଉଣୀଙ୍କର ୪ ଟି ଆକାଉଣ୍ଟ ଫ୍ରିଜ୍ କରିଦେଇଛି । ଏହି ଖାତାରୁ ପ୍ରାୟ ୨୮୩.୧୬ କୋଟି ଟଙ୍କା ରହିଛି । ଏହି ଘଟଣାରେ ସ୍ୱିସ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାରଙ୍କ ଅନୁରୋଧ ପରେ ବ୍ୟାଙ୍କ ନିରବ ମୋଦିଙ୍କ ଆକାଉଣ୍ଟ ଯାଚଂ କରିଥିଲା । ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ ହୀରା ବ୍ୟବସାୟୀ ନିରବ ମୋଦି । ପରେ ଋଣ ଖିଲାପ ଘଟଣାରେ ନିରବଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ଗିରଫ କରିଥିଲା ଲଣ୍ଡନ ପଲିସ୍ । ଗିରଫ ପରେ ଲଣ୍ଡନର ଜେଲରେ ଅଛନ୍ତି ନିରବ ମୋଦି । ଗିରଫ ପରେ ନିରବ ୪ ଥର ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାଙ୍କୁ ଜାମିନ ଦେଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here