ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବୁଧବାର ୮୬ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନେତା ମନମୋହନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଖୁସୀ କାମନା କରିଛନ୍ତି । ମନମୋହନ ସିଂ ୨୦୦୪ଠାରୁ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଶାସନ ସମୟରେ ଭାରତ ଜଗତୀକରଣ କ୍ଷେତ୍ରରେ ପାଦ ଥାପିଥିଲା । ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ସେ ପଞ୍ଜାବର ଗାହଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୁରୁମୁଖ ସିଂ ଏବଂ ମାତା ଅମ୍ରିତ କୌରତାଙ୍କୁ ଅତି ସ୍ନେହ କରୁଥିଲେ ।

LEAVE A REPLY

Please enter your comment!
Please enter your name here