ଡିସେମ୍ବର 29 ତାରିଖରୁ ଗଡିବ ଦେଶର ସବୁଠୁ ଦ୍ରୁତଗାମୀ ଏକ୍ସପ୍ରେସ ଟ୍ରେନ-18 . 29 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିବାବେଳେ  ଦିଲ୍ଲୀ ଏବଂ ବାରଣାସୀ ମଧ୍ୟରେ ଏହି ଟ୍ରେନ ଚାଲିବ. ଅନ୍ୟପଟେ ଏହି ଟ୍ରେନର ସଫଳ ପରୀକ୍ଷଣ ପରେ ମନ୍ତ୍ରୀ ପିୟୁଷ ଗୋୟଲ ଆସିଏଫକୁ ଏହିଭଳି ଆଉ 4 ଟି ଟ୍ରେନ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ଡିସେମ୍ବର 2 ତାରିଖରେ ଏହି ଟ୍ରେନର ଟ୍ରାଏଲ ନିଆଯାଇଥିଲା. ଯେଉଁଥିରେ ଏହି ଟ୍ରେନ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା. ବିନା ଇଞ୍ଜିନ ଥିବା ଦେଶର ପ୍ରଥମ ଟ୍ରେନ, ଶତାବ୍ଦୀ ଟ୍ରେନର ଜାଗା ନେବ ବୋଲି ସୂଚନା ମିଳିଛି. ଆଇସିଏଫ 100 କୋଟି ଟଙ୍କା ବିନିମୟରେ ଚେନ୍ନାଇରେ ଟ୍ରେନ 18ର ନିର୍ମାଣ କରିଛି. ପରୀକ୍ଷଣରେ ଏହି ଟ୍ରେନ ଘଣ୍ଟାପ୍ରତି 180 କି.ମି ବେଗରେ ଯାଇଥିଲା. ଏହାସହ ଏହି ଟ୍ରେନରେ ଯାତ୍ରୀଙ୍କ ସମସ୍ତ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି. ଯାତ୍ରୀଙ୍କ ପାଇଁ 360 ଡିଗ୍ରୀ ପର୍ଯ୍ୟନ୍ତ ଘୂରିପାରୁଥିବା ସିଟ୍ ମଧ୍ୟ ରହିଛି. ଏହାସହ ଏଥିରେ ଆଡଭାନ୍ସ ବ୍ରେକି ସିଷ୍ଟମ ମଧ୍ୟ ରହିଛି. ଶତାବ୍ଦୀ ଟ୍ରେନରେ ଯେତିକି ସିଟ୍ ଥିଲା ଏହି ଟ୍ରେନରେ ମଧ୍ୟ ସେତିକି ସିଟ୍ ରହିଛି ବୋଲି ରେଳ ବିଭାଗ ସୂଚନା ଦେଇଛି.

LEAVE A REPLY

Please enter your comment!
Please enter your name here