ଆଜିର ଯୁଗରେ ଲୋକମାନେ ମଡ଼ର୍ଣ୍ଣ ହେବା ସହ ନିଜର ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛନ୍ତି. ତାହା ସହ ସେମାନେ ନିଜ କାମକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ, ନିଜ ଖାଦ୍ୟପେୟରେ ମଧ୍ୟ ଧ୍ୟାନ ରଖିପାରୁନାହାନ୍ତି. ଏପରି ପରିସ୍ଥିତିରେ ସେମାନେ ବେଶି ଫାଷ୍ଟଫୁଡ୍ ଓ ଜଙ୍କ ଫୁଡ୍ କୁ ଆପଣଉଛନ୍ତି. ଯାହାଫଳରେ ସେମାନଙ୍କ ଠାରେ ବିଭିନ୍ନ ପ୍ରକାର ରୋଗ ଯଥା- ମଧୁମେହ, ହୃଦରୋଗ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଦେଖାଯାଉଛି. ତେବେ ସେପ୍ଟେମ୍ବର 29 ତାରିଖକୁ ବିଶ୍ୱ ହୃଦୟ ଦିବସ ରୂପେ ପାଳନ କରାଯାଉଛି. ଏହି ଦିବସରେ ଲୋକମାନେ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ତାହା ସଂପର୍କରେ ଲୋକଙ୍କୁ ବାର୍ତ୍ତା ଦେବା ସହ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି. ଲୋକମାନେ ଜଙ୍କଫୁଡ୍ ଠାରୁ ଦୂରେଇ ରହି ସବୁଜ ପନିପରିବା ଖାଇଲେ ନିଜର ଶରୀର ଠିକ୍ ରହିବା ସହ ଗୋଟିଏ ସୁସ୍ଥ ସମାଜ ମଧ୍ୟ ଗଠନ କରାଯାଇପାରିବ.