ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ସୃଷ୍ଟି କରୁଥିଲେ ବାଧକ. ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବା ବଦଳରେ ନିର୍ଦ୍ଧିଷ୍ଟ ରାଜନୀତିକ ଦଳର ଏଜେଣ୍ଟ ସାଜିଥିବା ନିର୍ବାଚନ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି. ନିମାପଡାର 127 ନମ୍ବର ବୁଥରେ ଜଣେ ନିର୍ବାଚନ କର୍ମଚାରୀ ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ଉପସ୍ଥିତ ଭୋଟର ତାଙ୍କୁ ମାଡ ମାରିଥିବା ଜଣାପଡିଛି. ପରେ ନିର୍ବାଚନ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି. ସେହିପରି ବିଂଝାରପୁରର 191 ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ବୈକୁଣ୍ଠନାଥ ମଲ୍ଲିକ, 135 ନମ୍ବର ବୁଥର ଧୀରେନ୍ଦ୍ର ତ୍ରିପାଠୀ ଏବଂ ସୁକିନ୍ଦାର 196 ନମ୍ବର ବୁଥର ପୋଲିଂ ଅଫିସର ଜନାର୍ଦ୍ଦନ ପୃଷ୍ଟିଙ୍କୁ ସସପେଣ୍ଡ କରାଯାଇଛି.














