ସାମୁଦ୍ରିକ ବାତ୍ୟା ‘ଫନି’ ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି. ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘ଫନି’ର ପ୍ରଭାବ ସଂପର୍କରେ ସମୀକ୍ଷା କରାଯାଇଥିଲା. ଓଡିଶା ଉପକୂଳରେ ‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି. ଏସଆରସି ବିଷ୍ମୁପଦ ସେଠୀ ଦେଇଥିବା ସୂଚନା ଅନୁଯାୟୀ ଓଡିଶା ଉପକୂଳରେ ‘ଫନି’ ର ପ୍ରଭାବ ପଡିବ. ଚେନ୍ନାଇ ଠାରୁ 870 କିଲୋମିଟର ଦୂରରେ ଥିବା ‘ଫନି’ 30 ତାରିଖ ସୁଦ୍ଧା ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି କୁହାଯାଉଛି. ଏବେ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଥିବା ଫନି ମେ 1 ତାରିଖରୁ ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି. ଆସନ୍ତା 2 ତାରିଖରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ 50 ରୁ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି. ଯଦିଓ ବାତ୍ୟା ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ନାହିଁ , ତଥାପି ଓଡିଶା ଉପକୂଳବର୍ତ୍ତି ଅଞ୍ଚଳକୁ ଏହା ପ୍ରଭାବିତ କରିବ ବୋଲି କୁହାଯାଇଛି. ତେଣୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି.

LEAVE A REPLY

Please enter your comment!
Please enter your name here