ବର୍ତ୍ତମାନ ସମୟରେ ସମସ୍ତେ ନିଜ କାମରେ ବ୍ୟସ୍ତ ରହୁଥିବା ବେଳେ ସେମାନଙ୍କ ପ୍ରାୟ ସମସ୍ତ କାମକୁ ଇଣ୍ଟରନେଟ୍ ଦ୍ୱାରା ହିଁ ସଂପାଦନ କରିଥାନ୍ତି. କହିବାକୁ ଗଲେ ସମସ୍ତ କାମ ସମୁଦାୟ ଉପରେ ଇଣ୍ଟରନେଟ୍ ଉପରେ ହିଁ ନିର୍ଭରଶୀଳ. ଯାହା ଦ୍ୱାରା କୌଣସି କାମ ସମ୍ଭବ ନୁହେଁ ଆଜି ତାହା 48 ଘଣ୍ଟା ମଧ୍ୟରେ  ବନ୍ଦ ହେବାକୁ ଯାଉଛି. ଆଜ୍ଞା ହଁ,  ସାରା ବିଶ୍ୱବ୍ୟାପି 48 ଘଣ୍ବା ମଧ୍ୟରେ ବନ୍ଦ ହେବ ଇଣ୍ଟରନେଟ୍ ସେବା. ଫଳରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ. ଇଣ୍ଟରନେଟ୍ ସେବା ବନ୍ଦ ହେବା ନେଇ ଯୋଗାଯୋଗ ଅଧିନିୟମ କର୍ତ୍ତୃପକ୍ଷ(ସିଆର୍‌ଏ)ଙ୍କ ପକ୍ଷରୁ ବିଶେଷ ସୂଚନା ଜାରି କରାଯାଇଛି. ତେବେ ମୁଖ୍ୟ ଡୋମେନ ସର୍ଭରରେ  ମରାମତି ତଥା କ୍ରିପ୍ଟୋଗ୍ରାଫିକ୍‌ କି’ରେ ପରିବର୍ତ୍ତନ କରାଯିବ ବୋଲି ରୁଷିଆ ପକ୍ଷରୁ ସୂଚନା ଦିଆଯାଇଛି. ଇଣ୍ଟରନେଟ୍‌ ଆଡ୍ରେସ୍‌ ବୁକ୍‌ କୁ ସୁରକ୍ଷିତ କରିବା ପାଇଁ କେତେକ କାମ ଏହି ସମୟରେ କରାଯିବ. ଯାହା ଫଳରେ ଇଣ୍ଟରନେଟ୍‌ ଅପରେଟର ତଥା ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡର(ଆଇପିଏସ୍‌)ଙ୍କ ସେବା ଏହା ଦ୍ୱାରା ପ୍ରଭାବିତ ହେବ. ସାଇବର୍ ଠକେଇକୁ ବନ୍ଦ କରିବା ଏହାର ମୁଖ୍ୟ କାରଣ. ତେବେ ଏହାର କାମ ଚାଲୁଥିବା ସମମୟରେ  ୱେବ୍ ପେଜ୍‌ରେ କାମ କରିବା ସମ୍ଭବ ହେବ ନାହିଁ.  ମରାମତି କାର୍ଯ୍ୟ ଇଣ୍ଟରନେଟ୍‌ କର୍ପୋରେସନ ଅଫ୍‌ ଆସାଇନଡ୍‌ ନେମ୍‌ ଆଣ୍ଡ ନମ୍ବର(ଆଇସିଏଏନ୍‌ଏନ୍‌) ଦ୍ୱାରା କରାଯିବ. ଏହା ଦ୍ୱାରା ଇଣ୍ଟରନେଟ୍ ଉପଭୋକ୍ତାମାନେ ବିଶେଷଭାବେ ପ୍ରଭାବିତ ହେବେ.

LEAVE A REPLY

Please enter your comment!
Please enter your name here