ନିର୍ବାଚନ ପ୍ରଚାର କରୁଥିବା ବେଳେ ଜଣେ ବିଜେପି ପ୍ରାର୍ଥୀ ସର୍ବସମ୍ମୁଖରେ ଜଣେ ଯୁବତୀଙ୍କ ଗାଲରେ ଚୁମା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ମାଲଦା ଉତ୍ତର ଆସନରୁ ନିର୍ବାଚନ ଲଢୁଥିବା ବିଜେପି ସାଂସଦ ଖଗେନ ମୁର୍ମୁ ଗୋଟିଏ ଗାଁରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଜଣେ ଯୁବତୀଙ୍କୁ ସର୍ବସମ୍ମୁଖରେ ଚୁମା ଦେଇତିଲେ । ବିଜେପି ପ୍ରାର୍ଥୀଙ୍କ ଏଭଳି ଅସ୍ବାଭାବିକ ଘଟଣା ସମୟରେ ଯୁବତୀଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ । ମାତ୍ର ହଠାତ ବିଜେପି ପ୍ରାର୍ଥୀଙ୍କ ଏଭଳି ବ୍ୟବହାରକୁ ନେଇ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହା ବଙ୍ଗୀୟ ସଂସ୍କୃତିର ବିରୋଧୀ ବୋଲି ତୃଣମୂଳ କହିଥିବା ବେଳେ ବିଜେପି ପ୍ରାର୍ଥୀ ଖଗେନ ମୁର୍ମୁ ଟିଏମସି ଏହାକୁ ଅତିରଞ୍ଜିତ କରୁଛି ବୋଲି କହିଛନ୍ତି । ଯୁବତୀ ଜଣକ ତାଙ୍କ ଝିଅ ଭଳି ଏବଂ ସେ ଖୁସିରେ ତାକୁ ଗେଲ କରିଥିଲେ ବୋଲି ସେ ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here