ଅଜବ ବିଶ୍ବାସ । କରୋନାରୁ ବଞ୍ଚିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଗୋବର ଓ ଗୋମୁତ୍ରରେ ଗାଧଉଛନ୍ତି ଭାରତୀୟ । କେହି କେହି ଗୋମୁତ୍ର ବି ପିଉଛନ୍ତି । ଗୁଜରାଟରେ କିଛି ଲୋକ କରୋନାରୁ ବର୍ତ୍ତିବା ପାଇଁ ଏମିତି ଉପାୟ ଆପଣାଉଥିବା ନେଇ ଚିତ୍ର ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମଗ୍ର ଦେଶରେ କରୋନା କାୟା ମେଲାଇଥିବା ବେଳେ ଲୋକଙ୍କ ଏମିତି ବିଚିତ୍ର ବିଶ୍ବାସ ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି କହିଛନ୍ତି ଡାକ୍ତର । ବିଶେଷଜ୍ଞ ଡାକ୍ତରଙ୍କ ଚେତାବନୀ, ଏମିତି କରିବା ଭୟଙ୍କର ।
କରୋନାର ମନଗଢା ଟ୍ରିଟମେଣ୍ଟ କଲେ ପରିସ୍ଥିିତି ଜଟିଳ ହୋଇଥାଏ ବୋଲି ଚେତାବନୀ ଦେଇଛନ୍ତି ଡାକ୍ତର । ଏହାସହିତ ଇଣ୍ଡିଆନ ମେଡିକାଲ ଆସୋସିଏସନର ନ୍ୟାସନାଲ ପ୍ରେସିଡେଣ୍ଟ ଡାକ୍ତର ଜେଏ ଜୟଲାଲ କହିଛନ୍ତି ଯେ, କୌଣସି ବୈଜ୍ଞାନିକ ଏପର୍ଯ୍ୟନ୍ତ ପ୍ରମାଣ ଦେଇନାହାଁନ୍ତି ଯେ, ଗାଇର ଗୋବର ଦେହରେ ଲଗାଇବା କିମ୍ବା ମୁତ୍ର ସେବନ ଦ୍ୱାରା ଇମ୍ୟୁନିଟି ପାୱାର ବଢିଥାଏ ବୋଲି । ଏ ସମ୍ପୂର୍ଣ୍ଣ ଅନ୍ଧ ବିଶ୍ୱାସ ଏବଂ ଏମିତି କରିବା ଦ୍ୱାରା ସ୍ଥିତି ଆହୁରୀ ଜଟିଳ ହୋଇଥାଏ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଗୋବରକୁ ଶରୀରରେ ବୋଳିବା ଦ୍ୱାରା ଫଙ୍ଗସ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଯାହାକୁ ବ୍ଲାକ୍ ଫଙ୍ଗସ ବୋଲି କୁହାଯାଉଛି। ଗତ କିଛି ଦିନ ହେବ ଅହମ୍ମଦାବାଦରେ ପ୍ରତିଦିନ ୧୦ ରି ୧୨ ଜଣ ଏହି ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଏବେ ଏହି ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ଅଲଗା ବ୍ୟବସ୍ଥା କରିଛି। ଡାକ୍ତରଙ୍କ କହିବାନୁସାରେ, ଯେଉଁମାନେ ପୂର୍ବରୁ ଡାଇବେଟିସ ଭଳି ରୋଗରେ ଆକ୍ରାନ୍ତ ଥିବେ ସେମାନେ ଏହି ବ୍ଲାକ ଫଙ୍ଗସ ଦ୍ୱାରା ଶୀଘ୍ର ସଂକ୍ରମିତ ହେଉଛନ୍ତି। ଅହମ୍ମଦାବାଦ ବ୍ୟତୀତ ଏହି ଫଙ୍ଗସ ଓଡିଶା, ଦିଲ୍ଲୀ, ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଏହି ସଂକ୍ରମଣର ଗୋଟିଏ କାରଣ ମଧ୍ୟ ଏହା ଯେ କୋଭିଡ ସଂକ୍ରମଣ ସମୟରେ ଅଧିକ ଷ୍ଟିରଏଡ ଔଷଧ ଲୋକମାନେ ଖାଉଛନ୍ତି। ଯାହାକି ଡାଇବେଟିସକୁ ଅଧିକ ବଢ଼ାଉଛି।

LEAVE A REPLY

Please enter your comment!
Please enter your name here