ସାରା ଭାରତର କୋଣ ଅନୁକୋଣରେ ରହିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ଦେଶାନ୍ତର କରାଯିବ । ଏଥିପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ରାଜ୍ୟସଭାରେ ବୁଧବାର ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ ଖାନଙ୍କ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦେଶର ପ୍ରତି ଇଞ୍ଚ ଭୂମିରେ ବେଆଇନ ଭାବେ ରହିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ଏବଂ ଯଥା ଶିଘ୍ର ସେମାନଙ୍କୁ ଦେଶାନ୍ତର କରାଯିବ । ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ଯାହା ଆସାମ ବୁଝାମଣାର ଏକ ଅଶଂ ଅଟେ । ଏହି ନିୟମ ଅନୁଯାଇ ଦେଶର ପ୍ରତି କୋଣ ଅନୁକୋଣରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ଅନ୍ତର୍ଜାତୀୟ ଆଇନ ଅନୁଯାଇ ଦେଶାନ୍ତର କରାଯିବ । ଏହି ଏନଆରସି ଲାଗୁ କରାଯିବା ପାଇଁ କେନ୍ଦ୍ର ସରକାର ବଦ୍ଧ ପରିକର ।

LEAVE A REPLY

Please enter your comment!
Please enter your name here