କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଫଟୋକୁ ନେଇ ଜୋରଦାର ଚର୍ଚ୍ଚା । ବିବାହ ସମୟର ଫଟୋ ପ୍ରିୟଙ୍କା ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଯେଉଁଥିରେ ଢେରସାରା ସୋସିଆଲ ମିଡିଆ ୟୁଜର୍ର ତାଙ୍କ ବିବାହବର୍ଷ ଭାବି ବଧାଇ ଦେବାରେ ଲାଗିଥିଲେ । ପରେ ପ୍ରିୟଙ୍କା ଲେଖିଛନ୍ତି, ବିବାହ ପରଦିନ ହୋଇଥିବା ପୂଜା ସମୟର ଫଟୋ । ଯାହାକି ୨୨ ବର୍ଷ ତଳର । ପ୍ରିୟଙ୍କା ଗାନ୍ଧି ୧୮ ଫେବୃଆରୀ ୧୯୯୭ରେ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ଦୁଇ ଦିନ ହେବ ଯାହାକି ସୋସିଆଲ ମିଡିଆରେ ଶାଢୀ ଟ୍ରେଣ୍ଡ ଚାଲିଥିବାବେଳେ ଅଭିନେତ୍ରୀ , ନେତ୍ରୀ, ପୋଲିସ ଅଧିକାରୀ ମଧ୍ୟ ସୋସିଆଲ ମିଡିଆରେ ଶାଢୀ ପିନ୍ଧା ଫଟୋ ସେଆର କରିଛନ୍ତି । ଏଥିରେ ଶିବସେନାର ପ୍ରିୟଙ୍କା ଚର୍ତୁବେଦୀ,ଏବଂ ଭାଜପାର ନୁପୁର ଶର୍ମା ସାମିଲ ହୋଇଥିଲେ । ବହୁ ସେଲିବ୍ରେଟି ମଧ୍ୟ ଭିନ୍ନ ଭିନ୍ନ ଶାଢୀ ପିନ୍ଧି ଫୋଟ ସେୟାର କରିଥିଲେ ।

LEAVE A REPLY

Please enter your comment!
Please enter your name here