ଅମୁଲ ପ୍ୟାକେଟରେ ନକଲି ବଟର୍. ଏଭଳି କାରବାର କରୁଥିବା ଗୋଟିଏ ଗ୍ୟାଙ୍ଗକୁ ମୁମ୍ବାଇ ପୋଲିସ ଭୟନ୍ଦର ଅଞ୍ଚଳରୁ ଗିରଫ କରିଛି. ଏଏସପି ଅତୁଲ କୁଲକର୍ଣ୍ଣିଙ୍କ ନେତୃତ୍ୱରେ  ଭୟନ୍ଦର ରୋଡ୍ ରୁ 5 ଜଣଙ୍କୁ ଗିରଫ କରାଯାଇଛି. ଏହାସହ ପୋଲିସ ପ୍ରାୟ 1000 କି.ଗ୍ରାର ନକଲି ବଟର୍ ସେମାନଙ୍କଠାରୁ  ଜବତ କରିଛି. ପୋଲିସର ସୂଚନା ଅନୁସାରେ, ଏମାନେ ଅମୁଲ ପ୍ୟାକେଟରେ ନକଲି ବଟର୍ ପ୍ୟାକ କରି ବଜାରରେ ବିକ୍ରି କରୁଥିଲେ. ଯାହାକୁ ସାଧାରଣ ଲୋକଙ୍କ ପକ୍ଷେ ଚିହ୍ନିବା କଷ୍ଟକର ଥିଲା. ତେବେ ଏମାନଙ୍କ ପାଖରେ ଅମୁଲ ପ୍ୟାକେଟ କେମିତି ଆସିଲା ତାହାର ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here