ଅଯୋଧ୍ୟା ରାମ ମନ୍ଦିର-ବାବ୍ରୀ ମସଜିଦ ଭଳି ବିବାଦୀୟ ମାମଲାର ରାୟ ଶୁଣାଇଥିବା ଜଷ୍ଟିସଙ୍କୁ ମିଳିଲା ରାଜ୍ୟପାଳ ପଦ । ଆଜି ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ବାରଟି ରାଜ୍ୟର ରାଜ୍ୟପାଳଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଜଷ୍ଟିସ ଏସ.ଅବଦୁଲ ନାଜିରଙ୍କୁ ନିଯୁକ୍ତି ମିଳିଛି । ଅଯୋଧ୍ୟା ରାମମନ୍ଦିର-ବାବ୍ରୀ ମସଜିଦ ମାମଲା, ତିନ୍ ତଲାକ୍ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଶୁଣାଇଥିଲେ ଜଷ୍ଟିସ ନାଜିର । ଗତ ଜାନୁଆରୀ 4 ତାରିଖରେ ସେ ଅବସର ନେଇଛନ୍ତି । ଆନ୍ଧ୍ରପ୍ରଦେଶର ତୃତୀୟ ରାଜ୍ୟପାଳ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ ।

ଅଯୋଧ୍ୟା ରାମମନ୍ଦିର-ବାବ୍ରୀ ମସଜିଦ ଭଳି ବିବାଦୀୟ ମାମଲାର ରାୟ ଶୁଣାଣୀ ପାଇଁ ଗଠିତ ସାମ୍ବିଧାନିକ ବେଞ୍ଚରେ ଏକମାତ୍ର ମୁସଲମାନ ବିଚାରପତି ଭାବେ ଜଷ୍ଟିସ ନାଜିର ଥିଲେ ଏବଂ ଏହି ବିବାଦୀୟ ମାମଲାର ରାୟ ଶୁଣାଣୀ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here