ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଘଟିଛି ଅଗ୍ନିକାଣ୍ଡ. ମଙ୍ଗଳବାର ସେକ୍ଟର 14ସ୍ଥିତ ନାଥ ସଂପ୍ରଦାୟ ଶିବିରରେ ନିଆଁ ଲାଗିଯାଇଛି. ଫଳରେ 2ଟି ଟେଣ୍ଟ ସଂପୂର୍ଣ୍ଣରୂପେ ପୋଡି ପାଉଁଶ ହୋଇଯାଇଛି. ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା. ସର୍ଟସର୍କିଟ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି. ଏଠାରେ ସୂଚନାଯୋଗ୍ୟଯେ, ନାଥ ସଂପ୍ରଦାୟ ଶିବିର ହେଉଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶିବିର. ତେବେ କୁମ୍ଭମେଳା ଆରମ୍ଭରୁ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା.

LEAVE A REPLY

Please enter your comment!
Please enter your name here