ଆମ ଅସ୍ତ୍ର, ଆମ ପାଇଁ ସତ୍ୟ । ଏ ଦେଶ ଆମର, ମାଟି ଆମର । ଏହାର ସୁରକ୍ଷା ପାଇଁ ଆମେ ଅସ୍ତ୍ର ଉଠାଇଛୁ । କାହା ଉପରେ ଆକ୍ରମଣ ପାଇଁ ନୁହେଁ । ତେଣୁ ଅସ୍ତ୍ର ତ୍ୟାଗ କରିବାର ପ୍ରଶ୍ନ ଉଠୁନାହିଁ । ଗତକାଲି ଋଷିଆ ରାଷ୍ଟ୍ରପତି ପୁଟିନ ଆଲୋଚନା ପାଇଁ ରାଜି ବୋଲି କହି ୟୁକ୍ରେନ ସେନା ପ୍ରଥମେ ଅସ୍ତ୍ର ତ୍ୟାଗ କରିବାକୁ ଯେଉଁ ସର୍ତ୍ତ ଆରୋପ କରିଥିଲେ, ତାହାର ଉତ୍ତରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏହା କହିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ଦେଶବାସୀଙ୍କୁ ସମ୍ବୋଧନ କରି ଜେଲେନସ୍କି କହିଛନ୍ତି, ଇଣ୍ଟରନେଟରେ ଆମେ ଆତ୍ମସମର୍ପଣ କରିଦେବା କଥା ପ୍ରଚାର ହେଉଛି । ଦେଶର ରାଷ୍ଟ୍ରପତି କୁଆଡେ ପଳାୟନ କଲେ ବୋଲି କୁହାଯାଉଛି । ମାତ୍ର ସେମିତି କିଛି ନୁହେଁ । ମୁଁ ଏଠାରେ ଅଛି ଏବଂ ଦେଶର ସୁରକ୍ଷା ପାଇଁ ୟୁକ୍ରେନବାସୀ ଅସ୍ତ୍ର ଉଠାଇଛନ୍ତି । ଅସ୍ତ୍ର ତ୍ୟାଗ କରିବା ପାଇଁ ମୁଁ କାହାକୁ କହିନି ବୋଲି କହିଛନ୍ତି ଜେଲେନସ୍କି ।