ନିର୍ଭୟାର ସେହି ଛାତିଥରା କଥା ମନରୁ ନଲିଭୁଣୁ ଆଜି ସାମ୍ନାକୁ ଆସିଛି ସମାନ ଖବର । ଜଣେ ୫୦ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରି ମର୍ଡର କରିଛନ୍ତି ନରରାକ୍ଷାସମାନେ । ଘଟଣା ଉତ୍ତରପ୍ରଦେଶ ବଦାୟୁଁ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ମହିଳାଙ୍କ ସ୍ୱାମୀଙ୍କ କହିବାନୁଯାୟୀ, ମହିଳା ଜଣଙ୍କ ଅଙ୍ଗନୱାଡିରେ କାମ କରନ୍ତି । ଗତ ରବିବାର ଅପରାହ୍ନରେ ପୂଜା କରିବାକୁ ମନ୍ଦିର ଯାଇଥିଲେ । କିନ୍ତୁ ତା ପରେ ସେ ଆଉ ଘରକୁ ଫେରିନଥିଲେ । ପରେ ସେହି ମନ୍ଦିରର ପୁରୋହିତ ଏବଂ ଅନ୍ୟ ୨ ଜଣ ଶବକୁ ଏକ ଗାଡିରେ ଆଣି ଘର ସମ୍ମୁଖରେ ପକାଇଦେଇଥିଲେ । ମହିଳା ଜଣଙ୍କ ମନ୍ଦିରରେ ଥିବା ଏକ କୂଅରେ ପଡି ତାଙ୍କର ଏ ଅବସ୍ଥା ବୋଲି ସେମାନେ ସଫେଇ ଦେଇଥିଲେ । ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ସେମାନେ ମୋ ମା’କୁ ହସ୍ପିଟାଲ ନେବା ପରିବର୍ତ୍ତେ କାହିଁକି ଏଠାକୁ ଆଣିଲେ । ସେଥିପାଇଁ ଆମର ସନ୍ଦେହ ବଢିଥିଲା । ଏହାପରେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ ତତ୍ପରତା ଦେଖାଇଥିଲା । ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରାଯାଇଛି । ସବୁଠୁ ବଡ କଥା ହେଲା ଗତ ରବିବାର ସନ୍ଧ୍ୟାରୁ ନିଖୋଜ ସମ୍ପର୍କରେ ପୋଲିସକୁ ଏଫଆଇଆର୍ ଦିଆଯାଇଥିଲା । କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ମାମଲାରେ ଏଫଆଇଆର୍ ରୁଜୁ ହୋଇଛି । ୟୁପିର ହାଥରସ୍ ମାମଲାରେ ଯେଭଳି ପୁଲିସ ବେପରୁଆ ନୀତି ଧରିଥିଲା ଏବଂ ନିଖୋଜ ରିପୋର୍ଟ ପାଇବା ପରେ ତତ୍ପରତା ଦେଖାଇନଥିଲା, ଠିକ୍ ସେଭଳି ସ୍ଥିତି ବଦାୟୁଁ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି । ପୁଲିସ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପରିବାର ଲୋକଙ୍କଠାରୁ ଅବଗତ ହୋଇଥିଲେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କ ଶବକୁ ଆଣି ତାଙ୍କ ଘର ବାହାରେ ମଙ୍ଗଳବାର ସନ୍ଧ୍ୟାରେ ଫୋପାଡ଼ି ଚାଲିଯିବା ପରେ ପୁଲିସର ନିଦ ଭାଙ୍ଗିଥିଲା ଏହି ମାମଲାରେ ୩ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ମନ୍ଦିର ପୂଜାରୀଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ଫେରାର ଅଛି ।

LEAVE A REPLY

Please enter your comment!
Please enter your name here