ହଠାତ ଆକାଶରୁ ଟଙ୍କା ବର୍ଷା । ବଣ୍ଡଲ ବଣ୍ଡଲ ୨୦୦୦ , ୫୦୦ ଓ ୧୦୦ ଟଙ୍କିଆ ନୋଟକୁ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ । ଘଟଣାଟି ହେଉଛି କଲିକତାର କେନ୍ଦ୍ରିୟ ବ୍ୟାପାର ଜିଲ୍ଲାର ଏକ ବିଲ୍ଡିଂର । ବିଲ୍ଡିଂର ୬ ତାଲାରୁ ଏହି ଟଙ୍କା ବର୍ଷା ହୋଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ସମୟରେ ଏହି ବିଲ୍ଡିଂର ୬ମହଲାରୁ ଟଙ୍କା ବର୍ଷା ହୋଇଥିଲା ସେହି ସମୟରେ ଉକ୍ତ ବଲ୍ଡିଂରେ ଡିଆରଆଇର ଛାନଭିନ୍ ଚାଲିଥିଲା । ତେଣୁ କେହି ଆୟ ବର୍ହିଭୂତ ସମ୍ପତ୍ତି ଲୁଚେଇବା ପାଇଁ ଏଭଳି ଟଙ୍କା ଗୁଡିକୁ ଫିଙ୍ଗିଥିବା ଜଣାପଡିଛି । ଡିଆରଆଇ ଅଧିକାରୀମାନେ ଏଠାରେ ଚଢ଼ଉ କରିଥିଲେ। ତେବେ ଏହି ସମୟରେ 6ମହଲାରୁ ବିଡ଼ାବିଡ଼ା ୨ ହଜାର, ୫୦୦ ଓ ୧୦୦ ଟଙ୍କା ନୋଟକୁ ତଳକୁ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଥିଲା।
୬ ତାଲାରେ ଥିବା ଝରକା ବାଟେ ଘର ସଫା ପାଇଁ ବ୍ୟବହୃତ ବ୍ରୁମ ସାହାଯ୍ୟରେ ଏଗୁଡ଼ିକୁ ତଳକୁ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଛି। ତେବେ ବିଡ଼ା ମଧ୍ୟରେ ବନ୍ଧା ଯାଇଥିବା ନୋଟ ଗୁଡ଼ିକ କାନ୍ଥରେ ମାଡ଼ ହୋଇ ଫିଟି ଯାଇଥିଲା। ଫଳରେ ଏଗୁଡ଼ିକ ଏଣେତେଣେ ଉଡ଼ି ରାସ୍ତା ଉପରେ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଟଙ୍କା ଗୋଟାଇବାରେ ଲାଗି ପଡ଼ିଥିଲେ।