ବସ୍ତୁବାଦୀ ଦୁନିଆ ଭିତରେ ଏବେ ବି କୋଉଠି ନା କୋଉଠି ବଞ୍ଚି ରହିଛି ମାନବିକତା. ଆମ ଭିତରେ ବଞ୍ଚି ରହିଛନ୍ତି ଅନେକ ଭଲ ମଣିଷ. ଏମିତି ଜଣେ ଭଲ ମଣିଷ ବଲାଙ୍ଗୀରର ଦେବାଶିଷ ମିଶ୍ର. ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପୁଇଁତଳା ବ୍ଲକ ବିହିବନ୍ଧ ଗାଁର ନନ୍ଦଲାଲଙ୍କୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ଆଣିଥିଲେ. ମେଡିକାଲରେ ବାପାଙ୍କ ଆଡମିସନ କରିବା ଭିତରେ ନନ୍ଦଲାଲଙ୍କ ଝିଅ ପାଖରେ ରଖିଥିବା ପର୍ସଟିକୁ କୋଉଠି ପକାଇ ଦେଇଥିଲେ. ପର୍ସ ଭିତରେ ଥିଲା ସାଢେ ପାଂଚହଜାର ଟଙ୍କା ଓ ସୁନାମୁଦି. ପର୍ସ ହଜାଇବା ପରେ ଚାରିଆଡେ ଖୋଜିଥିଲେ ବି କୋଉଠି ନ ପାଇ ରାତିସାରା ଚିନ୍ତାରେ ଥିଲେ. ଅନ୍ୟପଟେ ପର୍ସଟିକୁ ପାଇଥିଲେ ହସପିଟାଲର ଲାବ ଟେକ୍ନିସିଆନ ଦେବାଶିଷ ମିଶ୍ର. ସେ ପର୍ସ ପାଇବା ପରେ ପର୍ସ ଫେରାଇବା ପାଇଁ ଚେଷ୍ଟା କରୁଥିଲେ. ଶେଷରେ ପର୍ସ ଖୋଜୁଥିବା ନନ୍ଦଲାଲଙ୍କ ଝିଅକୁ ଠାବ କରି ସେ ପର୍ସ ଫେରାଇଥିଲେ. ଦେବାଶିଷଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଭଲ ଉଦାହରଣ.

LEAVE A REPLY

Please enter your comment!
Please enter your name here