ଡକ୍ଟର ଡିମ୍ପଲ ଆରୋରା ଚାଓ୍ବଲା । ବୟସ 34 ବର୍ଷ । ପ୍ରଫେସନ ଦାନ୍ତ ଡାକ୍ତର । ସାତମାସର ଗର୍ଭବତୀ ଥିଲେ ଡିମ୍ପଲ । ମାତ୍ର ଅପ୍ରେଲ ମାସରେ ସେ କରୋନା ଆକ୍ରାନ୍ତ ହେଲେ । କରୋନାରେ ଆକ୍ରାନ୍ତ ହେବାର ଦୁଇସପ୍ତାହ ପରେ ସେ ଗର୍ଭସ୍ଥ ସନ୍ତାନକୁ ହରାଇଲେ । କରୋନା ସହ ଲଢେଇରେ ସେ ହାରିବା ନିଶ୍ଚିତ ଜାଣି ମୃତ୍ୟୁର ଦିନକ ପୂର୍ବରୁ ଏକ ଭିଡିଓ ମେସେଜ୍ ରେକର୍ଡ କରିଥିଲେ । ପରେ ତାଙ୍କର ଦେହାନ୍ତ ହୋଇଥିଲା । ତିନିବର୍ଷର ଶିଶୁପୁତ୍ର ଓ ସ୍ବାମୀଙ୍କୁ ଛାଡି ସେ ଆରପାରିକୁ ଚାଲିଗଲେ । ମାତ୍ର ସବୁଦିନ ପାଇଁ ସଂସାର ଛାଡିବା ପୂର୍ବରୁ ସେ ରେକର୍ଡ କରିଥିବା ଭିଡିଓ ମେସେଜରେ ସାରା ସମାଜକୁ ସନ୍ଦେଶ ଦେଇ ଯାଇଛନ୍ତି । ‘କରୋନାକୁ ଅତି ହାଲକା ଭାବେ ଗ୍ରହଣ କରନ୍ତୁନି । ମତେ ବହୁତ କଷ୍ଟ ହେଉଛି । ଏପରିକି କଥା ହେବାକୁ ମଧ୍ୟ । ତଥାପି ବହୁ କଷ୍ଟରେ ମୁଁ ଏ ଭିଡିଓ ମେସେଜ୍ ରେକର୍ଡ କରୁଛି । ଆପଣମାନେ ସମସ୍ତେ ସବୁବେଳେ ମାସ୍କ ପିନ୍ଧନ୍ତୁ । ବାହାରକୁ ଗଲାବେଳେ ଏବଂ ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆପଣ ନିଜେ ଏବଂ ଆପଣଙ୍କ ବନ୍ଧୁ ପରିଜନ ସୁରକ୍ଷିତ ରହିପାରିବେ ।” ଦୁଇମିନିଟ କୋଡିଏ ସେକଣ୍ଡର ଏହି ଭିଡିଓ ବାର୍ତ୍ତାକୁ ତାଙ୍କ ସ୍ବାମୀ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here