ବର୍ତ୍ତମାନ ଯୁବ ପିଢିଙ୍କ ମନୋରଞ୍ଜନର ଏକ ପ୍ରମୁଖ ଉପାଦାନ ପାଲଟିଛି ଟିକ୍ ଟକ୍ ଓ ହେଲୋ । ଟିକ୍ ଟକ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କଲେଜ ପିଲାଙ୍କଠୁ ଆରମ୍ଭକରି ଗୃହିଣୀ ସମସ୍ତେ ଟିକ୍ ଟକ୍ ମାୟାରେ ମତୁଆଲା । ଟିକ୍ ଟକ୍ ଏବଂ ହେଲୋ ପରି ସୋଶିଆଲ ମିଡିଆ ପ୍ଲାଟଫର୍ମରେ ବହୁ ଯୁବପିଢି ଆକ୍ଟିଭ ରହୁଥିବାର ଦେଖାଯାଉଛି । ବର୍ତ୍ତମାନ ଟିକ୍ ଟକ୍ ଏବଂ ହେଲୋ ୟୁଜର ମାନଙ୍କ ପାଇଁ ଏକ ବଡ ଖବର ସମ୍ନାକୁ ଆସିଛି । କେନ୍ଦ୍ର ସରକାର ଏହି ଦୁଇ ଆପ୍ କୁ ବ୍ୟାନ କରିପାରନ୍ତି । କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଣାଳୟ ଏଥିପାଇଁ ଟିକ୍ ଟକ୍ ଏବଂ ହେଲୋ ସଂସ୍ଥାକୁ ନୋଟିସ ଜାରୀ କରିସାରିଛି । ଏହି ଦୁଇ ସଂସ୍ଥାକୁ ୨୧ ଟି ପ୍ରଶ୍ନର ଜବାବ ମାଗିଛନ୍ତି କେନ୍ଦ୍ର ସରକାର । ଯଦି ସରକାରଙ୍କ ଆଇଟି ମନ୍ତ୍ରାଣଳୟ ତାଙ୍କ ପ୍ରଶ୍ନରେ ସନ୍ତୁଷ୍ଟ ନହୁଅନ୍ତି ତେବେ ଏହି ଦୁଇ ଆପ୍ ବ୍ୟାନ ହୋଇପାରେ । ଏଠାରେ ସୂଚନାଯୋଗ୍ୟ ସ୍ୱଦେଶୀ ଜାଗରଣ ମଞ୍ଚ ଯାହା ଆଇଏସଏସ ସହ ଜଡିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଥିଲେ ଯେ ଏହି ଦୁଇ ସଂସ୍ଥା ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏହାପରେ ଆଇଟି ମନ୍ତ୍ରାଣାଳୟ ଏହି ଦୁଇ ସଂସ୍ଥାକୁ ନୋଟିସ ଜାରୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here