ଶୁକ୍ରବାରଠୁ ଆରମ୍ଭ ହୋଇଛି ଜି-୨୦ ବୈଠକ । ବୈଠକରେ ଯୋଗଦେବା ପାଇଁ ଆର୍ଜେଣ୍ଟିନା ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ। କାନାଡ଼ା ପ୍ରଧାନମନ୍ତ୍ରୀ ଓ ଜାତିସଂଘ ମହା ସଚିବ ମଧ୍ୟ ଯୋଗ ଦେଉଛନ୍ତି । ଏହି ଅବସରରେ ବିଶ୍ୱ ପ୍ରମୁଖ ସମସ୍ୟା ଓ ବିକାଶକୁ ନେଇ ଆଲୋଚନା କରାଯିବ । ପ୍ରଥମ ତ୍ରିପାକ୍ଷିକ ଆଲୋଚନା ଭାରତ, ଆମେରିକା ଓ ଜାପାନ ମଧ୍ୟରେ ହେବ। ସେହିପରି ଦ୍ୱିତୀୟ ଆଲୋଚନା ରୁଷିଆ ଭାରତ ଓ ଚୀନ ମଧ୍ୟରେ ହେବ । ତେବେ ଦ୍ୱିପାକ୍ଷିକ ଆଲୋଚନାରୁ ଆମେରିକା ଓହରି ଯାଇଛି । ୟୁକ୍ରେନର ଜାହାଜ ଓ ନାବିକ ମାନଙ୍କୁ ରଷିଆ ଅଟକ ରଖିଥିବାରୁ ଆମେରିକା ଏହି ପଦକ୍ଷେପ ନେଇଛି ।

LEAVE A REPLY

Please enter your comment!
Please enter your name here